ଖାଲି ରହିବ ବିମାନର ମଝି ସିଟ୍-ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ:ବିମାନର ମଝି ସିଟ୍ ଖାଲି ରହିବ। ଏମିତି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମ୍କୋର୍ଟ। ବିମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ପୂର୍ଣ୍ଣ ଉଡ଼ାଣ କରିପାରିବ । ପୂର୍ବରୁ ଏଥିପାଇଁ ବୁକିଂ ହୋଇଥିବାରୁ ଏହି ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତିନି ଟିକିଆ ସିଟର ମଝି ସିଟକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା ତା ଉପରେ ସାମୟିକ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।
ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତିନି ଟିକିଆ ସିଟ୍ରେ ତିନିଜଣ ଯାତ୍ରୀଙ୍କୁ ନେଇ ବିମାନ ଯାତ୍ରା କରିପାରିବ ।ହେଲେ ୧୦ ଦିନ ଅବଧି ଶେଷ ହେବା ପରେ ଅର୍ଥାତ ଜୁନ୍ ୬ ପରେ ଏହି ନିମୟ ଲାଗୁ ହେବ ନାହିଁ। ଏହାପରଠାରୁ ବିମାନର ମଝି ସିଟ୍ ଖାଲି ରହିବ। ଏଥି ପାଇଁ ବୁକିଂ ହୋଇପାରିବ ନାହିଁ ବୋଲି ସର୍ତ୍ତ ରଖାଯାଇଛି ।
ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ନେଇ ନୂଆ ଗାଇଡଲାଇନ ଜାରି ସମ୍ପର୍କିତ ଆବେଦନ ଉପରେ ରାୟ ଦେଇଥିବା ବମ୍ବେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉ କି, ବମ୍ବେ ହାଇକୋର୍ଟଙ୍କ ରାୟକୁ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।