ପରଲୋକରେ ମାଇକ୍ରୋସଫ୍ଟ ସିଇଓ ସତ୍ୟମ ନାଡେଲାଙ୍କ ବାପା

ଅମରାବତୀ: ମାଇକ୍ରୋସଫ୍ଟର ସିଇଓ ସତ୍ୟମ ନାଡେଲାଙ୍କ ବାପା ତଥା ପୂର୍ବତନ ଆଇଏଏସ ଅଫିସର ବିଏନ ଯୁଗାନ୍ଧରଙ୍କ ଦେହାନ୍ତ ହୋଇଯାଇଛି। ୧୯୬୨ ମସିହାର ଏହି ଆଇଏଏସ ଅଫିସର ଗତକାଲି ୮୨ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜର ସରଳ ଜୀପନ ଯାପନ ଏବଂ ବ୍ୟକ୍ତିତ୍ୱ ପାଇଁ ଯୁଗାନ୍ଧର ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ରାଜନୀତିଜ୍ଞ ଶୋକ ପ୍ରକାଶ କରିଛନ୍ତି।

ବିଏନ ଯୁଗାନ୍ଧର ୨୦୦୪ରୁ ୨୦୦୯ ମଧ୍ୟରେ ଯୋଜନା ଆୟୋଗର ସଦସ୍ୟ ଥିଲେ। ଏହା ବ୍ୟତୀତ ସେ ମସୁରୀ ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀରେ ନିର୍ଦ୍ଦେଶକ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ସରକାରରେ ଯୁଗାନ୍ଧର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ। ଏହା ବ୍ୟତୀତ ସେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ମଧ୍ୟ ଥିଲେ।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ହେବ ଯୁଗାନ୍ଧର ଅସୁସ୍ଥ ଥିଲେ।

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୁଗାନ୍ଧରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସଚ୍ଚୋଟ ଅଧିକାରୀ ଥିଲେ। ଗ୍ରାମୀଣ ବିକାଶରେ ତାଙ୍କର ଅନେକ ଯୋଗଦାନ ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହା ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇଏଏସ ଆସୋସିଏସନ ଏବଂ ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ମଧ୍ୟ ବିଏନ ଯୁଗାନ୍ଧରଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like