୧୪ ପୁଅ ପରେ ସବୁଠାରୁ ବଡ଼ ଉପହାର ପାଇଲେ ଦମ୍ପତି

ଝିଅ ଜନ୍ମ ହେଲେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ କି ଖୁବ୍‌ ଖୁସି ହୋଇଥାନ୍ତି। କିନ୍ତୁ ଆଉ କିଛି ଲୋକ ଝିଅ ହେଲେ ତାକୁ ଜୀବନର ବଡ଼ ଦୁଃଖ ଭାବି ନିଅନ୍ତି। ସେମାନେ ପୁଅ ମାନଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ତା ତୁଳନାରେ ଝିଅଙ୍କୁ ଦିଅନ୍ତି ନାହିଁ। ଝିଅଙ୍କୁ ସେମାନେ ବୋଝ ବୋଲି ମନେ କରନ୍ତି।

କିନ୍ତୁ ମିଚିଗାନ୍‌ର ଏକ ଦମ୍ପତି, ପ୍ରାୟ ତିନି ଦଶନ୍ଧି ପରେ ଏବଂ ୧୪ଟି ପୁଅ ଜନ୍ମ ହୋଇସାରିବା ପରେ ସେମାନଙ୍କର ପ୍ରଥମ ଝିଅକୁ ଜନ୍ମ ଦେଇଛନ୍ତି।

୩୦ ବର୍ଷ ପରେ କୋଳରେ ଝିଅଟିଏ ପାଇ ବହୁତ ଖୁସି ମିଚିଗାନ୍‌ର ଏହି ଦମ୍ପତି କାଟେରୀ ସ୍ୱାଣ୍ଡ ଏବଂ ଜୟ ସ୍ୱାଣ୍ଡ। ସେମାନେ ଗୁରୁବାର ଦିନ ତାଙ୍କ ପରିବାରରେ ଗୋଟିଏ ଝିଅକୁ ସ୍ୱାଗତ କରିଛନ୍ତି। ଝିଅଟିର ନାଁ ମ୍ୟାଗି ଜେୟନେ ଦେଇଛନ୍ତି। ଜନ୍ମ ହେବା ସମୟରେ ଝିଅର ଓଜନ ୭ ପାଉଣ୍ଡ, ୮ ଆଉନ୍ସ (୩.୪ କିଲୋଗ୍ରାମ) ଥିବା ଦମ୍ପତି ପ୍ରକାଶ କରିଛନ୍ତି।

ଜୟ ସ୍ୱାଣ୍ଡ କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଉଭୟଙ୍କୁ ୪୫ ବର୍ଷ। ସେମାନଙ୍କର ପୂର୍ବରୁ ୧୪ଟି ପୁଅ ଜନ୍ମ ହୋଇଛନ୍ତି। ଏଥିସହିତ ସେମାନେ ଝିଅ ହେଉ ବା ପୁଅ ସେମିତି କୌଣସି ଅପେକ୍ଷା କରିନଥିଲେ। କିନ୍ତୁ ଭଗବାନ ତାଙ୍କ ପରିବାରକୁ ମ୍ୟାଗି ଜୟନେଙ୍କୁ ଉପହାର ସ୍ୱରୂପ ଦେଇଥିବାରୁ ସେ ଅତ୍ୟଧିକ ଆନନ୍ଦିତ ଏବଂ ଉତ୍ସାହିତ ଅଛନ୍ତି।

ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଏ ବର୍ଷ ଆମ ପାଇଁ ସବୁଠାରୁ ସ୍ମରଣୀୟ। କାରଣ ଆମେ ଯାହା କଳ୍ପନା କରିନଥିଲୁ ତାହା ଆମକୁ ମିଳିଛି। ମ୍ୟାଗି ହେଉଛି ଆମ ପାଇଁ ସବୁଠାରୁ ବଡ଼ ଉପହାର। ତାକୁ ପାଇ ଆମେ ବହୁତ ଖୁସି ବୋଲି ମର୍ସି ହେଲ୍‌ଥ ସେଣ୍ଟ ମରିସ ହସ୍ପିଟାଲରେ ଝିଅ ଜନ୍ମ ହେବା ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଜୟ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି।

ସ୍ୱାଣ୍ଡ ପରିବାର ବଢ଼ିବା ସହିତ ସ୍ଥାନୀୟ ଏବଂ ଜାତୀୟ ସମ୍ବାଦରେ ବର୍ଷ ବର୍ଷ ଧରି ତାଙ୍କ ବିଷୟରେ ଲେଖା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି।

ସେମାନଙ୍କର ୧୪ ପୁଅ ଟେଲର, ଜାଚ୍‌, ଡ୍ରିୟୁ, ବ୍ରାଣ୍ଡନ୍‌, ଟମି, ଭିନି, କାଲ୍ଭାନ, ଗାବେ, ୱେସ୍‌ଲି, ଚାର୍ଲି, ଟକର, ଫ୍ରାନ୍ସିକୋ, ଏବଂ ଫିନ୍‌ଲି ପରେ ଝିଅ ଜୟ ଜନ୍ମ ହୋଇଛି।

ସେଥିପାଇଁ ଏହି ଦମ୍ପତିଙ୍କର “୧୪ ଆଉଟ୍‌ଡୁଅରସ୍ ମ୍ୟାନ୍‌” ନାମକ ଏକ ଲାଇଭଷ୍ଟ୍ରିମିଂ ପ୍ରୋଗ୍ରାମ୍ ଅଛି ଯେଉଁଥିରେ ବର୍ତ୍ତମାନ ଆଉ ଏକ ନାମ ଯୋଗ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେମାନଙ୍କର ବଡ଼ ସନ୍ତାନ ଟାଇଲର ସ୍ୱାଣ୍ଡଙ୍କୁ ଏବେ ୨୮ ବର୍ଷ। ସେ ମଧ୍ୟ ତାଙ୍କ ଭଉଣୀକୁ ନେଇ ପ୍ରତିକ୍ରୟା ରଖିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତାମାତା ଭାବିଥିଲେ ଯେ ୧୪ ପୁଅ ପରେ ତାଙ୍କର କୌଣସି ଝିଅ  ଜନ୍ମ ହେବନାହିଁ। କିନ୍ତୁ ଶେଷରେ ତାଙ୍କର ଭଉଣୀ ଆସିଥିବାରୁ ସେ ଖୁସି ଅଛନ୍ତି।

ଏବେ ସେ ବିବାହପାଇଁ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କ ପିତାମାତାଙ୍କ ୨୦୦ ଏକର ଚାଷ ଜମିଠାରୁ ୨୦ମିନିଟ ସମୟର ଦୂରରେ ଥିବା ଏକ ଘର କିଣିଥିବା ଟାଇଲର କହିଛନ୍ତି।

ଉଭୟ ସ୍ୱାଣ୍ଡସ୍  ଯଥାକ୍ରମେ ଗେଲର୍ଡ ହାଇସ୍କୁଲ୍ ଏବଂ ଗେଲର୍ଡ ସେଣ୍ଟ ମେରିସ୍‌ରେ ପଢ଼ୁଥିବା ସମୟରେ ଡେଟିଂ ଆରମ୍ଭ କରିଥିଲେ। ସେମାନେ ଫେରିସ୍ ଷ୍ଟେଟ୍ ୟୁନିଭରସିଟିରେ ପଢ଼ିବା ପୂର୍ବରୁ ୧୯୯୩ରେ ବିବାହ କରିଥିଲେ। କିନ୍ତୁ ସ୍ନାତକ ସାରିବା ପୂର୍ବରୁ ସେମାନଙ୍କର ତିନି ପୁଅ ହୋଇସାରିଥିଲେ।

ସେମାନଙ୍କ ପରିବାର ବଢ଼ିବା ସହିତ ଉଭୟ ଆଡ୍‌ଭାନ୍ସ ଡିଗ୍ରୀ ହାସଲ କରିଥିଲେ। କ୍ୟାଟେରୀ ଗ୍ରାଣ୍ଡ ଭ୍ୟାଲି ଷ୍ଟେଟ ୟୁନିଭରସିଟିରୁ ସୋଶିଆଲ୍‌ ୱାର୍କରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଜୟ ସର୍ବେକ୍ଷଣ ବ୍ୟବସାୟର ଓକିଲ ତଥା ପଶ୍ଚିମ ମିଚିଗାନ ୟୁନିଭରସିଟିର ଥୋମାସ ଏମ କୁଲି ଆଇନ ବିଦ୍ୟାଳୟରୁ ସେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି।

You might also like