ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ

ନୂଆଦିଲ୍ଲୀ: ପରଲୋକରେ ମହାନ୍ ଆମେରିକୀୟ ମହାକାଶଚାରୀ ମାଇକେଲ୍ କଲିନ୍ସ । ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ୧୯୬୯ ମସିହା ନାସାର ଆପୋଲୋ-୧୧ ମିଶନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡ୍ଓ୍ୱିନ୍ ବା ବଜ୍ ଆଲଡ୍ରିନ୍ ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିଥିଲେ ସତ, ହେଲେ ଏହି ଇତିହାସର ଆଉ ଏକ ଅନାଲୋଚିତ, ଆଉ ଏକ ଅଖ୍ୟାତ ନାଁ ହେଉଛି ମାଇକେଲ୍ କଲିନ୍ସ।

Michel Collins

ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ଏଡ୍ଓ୍ୱିନ୍ ଆଲଡ୍ରିନ୍ ମହାକାଶ ବିଜ୍ଞାନରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ୨ଟି ଅତି ପରିଚିତ ନାଁ। ପ୍ରଥମେ ଚନ୍ଦ୍ରରେ ପାଦ ଥାପିଥିବା ୨ ମହାକାଶଚାରୀ। କିନ୍ତୁ ଏହି ମିଶନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଉ ଜଣେ ବ୍ୟକ୍ତି ହେଲେ ମାଇକେଲ୍ କଲିନ୍ସଙ୍କୁ। ତାଙ୍କ ନାଁ ବୋଧ ହୁଏ କେହି ଶୁଣିଥିବେ।

୧୯୬୯ ମସିହା ନାସାର ଆପୋଲୋ-୧୧ ମିଶନରେ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଓ ଏଡ୍ଓ୍ୱିନ୍ ବା ବଜ୍ ଆଲଡ୍ରିନ୍ ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିଥିଲେ ସତ, ହେଲେ ଏହି ଇତିହାସର ଆଉ ଏକ ଅନାଲୋଚିତ ଏବଂ ଅଖ୍ୟାତ ନାଁ ହେଉଛି ମାଇକେଲ୍ କଲିନ୍ସ। ଆପୋଲୋ-୧୧ ମିଶନରେ ସେ ବି ନିଲ୍ ଓ ବଜଙ୍କ ସହ ମହାକାଶକୁ ଯାଇଥିଲେ। ଚନ୍ଦ୍ର ନିକଟରେ ବି ପହଞ୍ଚିଥିଲେ ହେଲେ ଚନ୍ଦ୍ର ପୃଷ୍ଠରେ ପାଦ ରଖିବାର ସୁଯୋଗ ଜୁଟିନଥିଲା ତାଙ୍କ ଭାଗ୍ୟରେ। କାରଣ ଚନ୍ଦ୍ରରେ ପାଦ ରଖିବାଠୁ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା ତାଙ୍କ କାନ୍ଧରେ। ନିଲ୍ ଓ ବଜଙ୍କୁ ସୁରକ୍ଷିତ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ତାଙ୍କର ଲକ୍ଷ୍ୟ ଥିଲା। ସେ ଥିଲେ ଏହି ମିଶନର କମାଣ୍ଡ୍ ମଡୁ୍ୟଲ୍ କଲମ୍ବିଆର ପାଇଲଟ୍। ଯେତେବେଳେ ନିଲ୍ ଓ ବଜ୍ ଲ୍ୟାଣ୍ଡର୍ ଇଗଲରେ ଓହ୍ଲାଇ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରୁଥିଲେ, ସେତେବେଳେ ମାଇକେଲ୍ କଲିନ୍ ଚନ୍ଦ୍ର ପୃଷ୍ଠରୁ ପ୍ରାୟ ୭୦ ମାଇଲ୍ ଉଚ୍ଚରେ ୨୮ ଘଣ୍ଟା ଧରି ଏକାକି ଘୁରି ବୁଲୁଥିଲେ।

Michel Collins

ଏହାସହ ମିଶନ ଶେଷରେ ପୁଣି ଥରେ ଉଭୟଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିଥିଲେ। ଯେହେତୁ ସେ ଚନ୍ଦ୍ରରେ ଓହ୍ଲାଇ ନଥିଲେ ତେଣୁ ଏହି ଐତିହାସିକ ଅଭିଯାନର ଟିଭି କଭରେଜରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏଥିପାଇଁ ତାଙ୍କର ଦୁଃଖ ନାହିଁ ବରଂ ସେ ନିଜ କର୍ତ୍ତବ୍ୟ ସଫଳତାର ସହ ସମାପନ କରିଥିବାରୁ ଖୁସି ବୋଲି ପ୍ରତିକ୍ରିୟାରେ କହିଥିଲେ କଲିନ୍ସ। ଗୁରୁବାର ଏହି ମହାନ୍ ଆମେରିକୀୟ ମହାକାଶଚାରୀଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ଦେହାନ୍ତ ପରେ, ବଜ୍ ଆଲଡ୍ନ୍ରିନ ଟ୍ୱିଟ୍ କରିଛନ୍ତି, ‘ପ୍ରିୟ ମାଇକ୍, ତୁମେ ଯେଉଁଠି ବି ଥାଅ, ଆମକୁ ଦକ୍ଷତାର ସହ ନୂଆ ଉଚ୍ଚତାକୁ ଓ ଭବିଷ୍ୟତକୁ ନେଇଯିବା ପାଇଁ, ତୁମେ ସଦାସର୍ବଦା ପ୍ରେରଣା ଯୋଗାଇବ’।

You might also like