ନେପାଳ ଓ ଭୁଟାନ ଯାତ୍ରା ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ପଡ଼ୋଶୀ ନେପାଳ ଓ ଭୁଟାନ ଯାତ୍ରା କରିବା ପାଇଁ ଭିସାର କୌଣସି ଆବଶ୍ୟକତା ପଡ଼ିବ ନାହିଁ।  ୧୫ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକ ହେବ ନାହିଁ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭିସା ପରିବର୍ତ୍ତେ କେବଳ ଆଧାର କାର୍ଡ ହିଁ ପ୍ରମାଣ ପତ୍ର ଭାବେ ଦେଖାଇବାକୁ ପଡ଼ିବ।  ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପୂର୍ବରୁ ଏହି ବର୍ଗଙ୍କ ପାଇଁ ପାନ୍ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ରାସନ କାର୍ଡ ଆଦି ପ୍ରମାଣପତ୍ର ଭାବେ ଦେଖାଯାଉଥିଲା। ଏହି ତାଲିକାରେ ଏବେ ଆଧାରକୁ ଯୋଡ଼ା ଯାଇଛି।

ଏହି ଦୁଇ ବର୍ଗଙ୍କ ବ୍ୟତିତ ଅନ୍ୟମାନଙ୍କୁ ଭିସା ବାଧ୍ୟତାମୂଳକ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଭୁଟାନରେ ପ୍ରାୟ ୬୦ ହଜାର ଭାରତୀୟ ନାଗରୀକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ନେପାଳରେ ମଧ୍ୟ ପାଖାପାଖି ୬ ଲକ୍ଷ ଭାରତୀୟ ବସବାସ କରୁଛନ୍ତି।

You might also like