ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡ୍ଲାଇନ୍ ଜାରି
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ଗାଇଡଲାଇନ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ। ରାଷ୍ଟ୍ରୀୟସ୍ତରରେ ଲାଲକିଲ୍ଲାରେ କାଟଛାଣ୍ଟ ହେବ ସ୍ୱାଧୀନତା ଦିବସ ଉତ୍ସବ।
ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ, ପତାକା ଉତ୍ତୋଳନ, ଜାତୀୟ ସଂଗୀତ ଗାନ ହେବା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଉତ୍ସବ ଶେଷ ହେବ। ରାଜ୍ୟସ୍ତରରେ ମଧ୍ୟ ପତାକା ଉତ୍ତୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ ପାଳନ ହେବ।
ସ୍ୱାଧିନତା ପାଳନ ବେଳେ ଲୋକ ଗହଳି ହେବନି, ସାମାଜିକ ଦୂରତ୍ୱ ରହିବ ଏବଂ ମାସ୍କ ପିନ୍ଧିବା ଜରୁରୀ ବୋଲି ଗାଇଡଲାଇନ ଜାରି ହୋଇଛିଷ ସ୍ୱାଧୀନତା ଦିବସ ଉତ୍ସବକୁ କୋଭିଡ ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମୀଙ୍କୁ ଡକାଯିବ।
ରାଜ୍ୟ ଭଳି ଜିଲ୍ଲା, ଉପଖଣ୍ଡ, ପଞ୍ଚାୟତରେ ବି କୋଭିଡ଼ ଯୋଦ୍ଧାଙ୍କୁ ଡାକିବାକୁ କୁହାଯାଇଛି। ଅଧିକ ଗହଳି ଏଡ଼ାଇବାକୁ ଟେକ୍ନୋଲୋଜି ବ୍ୟବହାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।