୩ IPSଙ୍କୁ କାହିଁକି ଡାକିଲା କେନ୍ଦ୍ର ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ। ଜେପି ନଡ୍ଡାଙ୍କ ସୁରକ୍ଷାରେ ଅବହେଳା ପାଇଁ ତିନି ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେସନରେ ଦିଲ୍ଲୀ ଡକାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏହି ତିନି ଅଧିକାରୀ ହେଲେ ଡାଇମଣ୍ଡ ହାର୍ବର ଏସ୍ପି ଭୋଲାନାଥ ପାଣ୍ଡେ, ପ୍ରେସିଡେନ୍ସ ରେଞ୍ଜ ଡିଆଇଜି ପ୍ରବୀଣ ତ୍ରିପାଠୀ ଓ ସାଉଥ ରେଞ୍ଜ ଏଡିଜି ରାଜୀବ ମିଶ୍ରା।

ଦୁଇ ଦିନ ତଳେ ରାଲି ପାଇଁ ଯାଇଥିବା ନଡ୍ଡାଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ଏଥିରେ ବିଜେପି ନେତାଙ୍କ ଗାଡି ଭାଙ୍ଗିବା ସହ କିଛି ବିଜେପି ନେତା ଆହତ ମଧ୍ୟ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସାରାରେ ଟିଏମ୍‌ସି କର୍ମୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରାଲିରେ ଯାଉଥିବା ଗାଡି ଉପରେ ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିପଯର୍ଯ୍ୟସ୍ତ ହୋଇପଡିଥିବା ନେଇ ପୂର୍ବରୁ କେନ୍ଦ୍ରକୁ ବି ରିପୋର୍ଟ ଦେଇଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ।

You might also like