କଳାବଜାରୀ ରୋକିବାକୁ କେନ୍ଦ୍ର ସରକାରଙ୍କ କଡ଼ା ପଦକ୍ଷେପ  

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବେଳେ କଳାବଜାରୀକୁ ରୋକିବାକୁ କଡ଼ା ପଦକ୍ଷେ ନେଇଛନ୍ତି କେନ୍ଦ୍ର ସରକାର। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେପରି ଜାରି ରହେ ସେ ନେଇ ଜରୁରୀ ପଦକ୍ଷେପ ନେବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ, ୧୯୫୫ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି।

କେତେ ପରିମାଣରେ ଜିନିଷ ମହଜୁଦ ହୋଇପାରିବ, ଜିନିଷର ଦର ନିର୍ଦ୍ଧାରଣ, ଉତ୍ପାଦନ କ୍ଷମତା ବୃଦ୍ଧି ଓ ବ୍ୟବସାୟୀମାନଙ୍କ ଆକାଉଣ୍ଟ ତନଖି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଳାବଜାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଲ୍ଲଂଘନ ଦଣ୍ଡନୀୟ ଅପରାଧ। ଏଥିପାଇଁ ୭ବର୍ଷ ଜେଲ ଦଣ୍ଡ କିମ୍ବା ଜରିମାନା ଆଦାୟ କରାଯିବ। କରୋନା ସଂକ୍ରମଣ ଯୋଗୁଁ ବିଭିନ୍ନ ସ୍ଥାନରେ ଉତ୍ପାଦନ ପ୍ରଭାବିତ ହେବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଆବଶ୍ୟକ ସଂଖ୍ୟ ଶ୍ରମିକଙ୍କ ମଧ୍ୟ ଅଭାବ ରହିଛି। ଏଥିରୁ ଫାଇଦା ଉଠାଇବା ପାଇଁ କଳାବଜାରୀମାନେ ଦରବୃଦ୍ଧି କରିବାର ଆଶଙ୍କା ରହିଛି।

You might also like