ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡ଼ିବେ ପତ୍ନୀ ମେଲାନିଆ

ନୂଆଦିଲ୍ଲୀ: ଆମରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ପରେ ପୁଣି ଏକ ସମସ୍ୟାରେ ଫଶି ଯାଇଛନ୍ତି ଆମରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ରାଜନୈତିକ କ୍ୟାରିୟରରେ ଏକ ବଡ ବିଫଳତାକୁ ସାମ୍ନା କରିବା ପରେ ପାରିବାରିକ ସମସ୍ୟା ଏବେ ଟ୍ରମ୍ପଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଏକ ଖବରରୁ ଜଣାଯାଇଛି, ପତ୍ନୀ ମେଲାନିଆ ଖୁବ୍‌ ଶୀଘ୍ର ଟ୍ରମ୍ପଙ୍କ ହାତ ଛାଡୁଛନ୍ତି।

ଟ୍ରମ୍ପ ପ୍ରଶାସନର ଜଣେ ପୂର୍ବତନ ସହଯୋଗୀଙ୍କ କହିବା ଅନୁଯାୟୀ, ମେଲାନିଆ  ଅପେକ୍ଷା କରିଛନ୍ତି, ଟ୍ରମ୍ପ କେବେ ଅଫିସରୁ ବାହାରକୁ ଆସିବେ ଏବଂ ସେ ତାଙ୍କୁ ଡିଭୋର୍ସ ଦେବେ। ଏ ନେଇ ଏକ ଖବର ୟୁକେ ଡେଲିମେଲ୍‌ର ରବିବାର ସଂସ୍କରଣରେ  ପ୍ରକାଶ ପାଇଛି।

ଯାହା ଜଣାପଡ଼ୁଛି, ଟ୍ରମ୍ପ ଦମ୍ପତିଙ୍କ ପାରିବାରିକ ସମ୍ପର୍କ ଏତେ ଭଲ ନ ଥିଲା।  ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଥିବା ମେଲାନିଆ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଷ୍ଟେଫ୍‌ନି ବୋଲ୍‌କାଫ୍‌ କହିଛନ୍ତି, ହ୍ୱାଇଟ୍‌ ହାଉସରେ ଟ୍ରମ୍ପ ଦମ୍ପତିଙ୍କ ବେଡ୍‌ରୁମ୍ ଅଲଗା ଥିଲା। ସେମାନଙ୍କ ବିବାହ ଚୁକ୍ତି ଭିତ୍ତିକ ଥିଲା। ଏପରିକି ଟ୍ରମ୍ପ ରାଷ୍ଟ୍ରପତି ହେବାପରେ ମେଲାନିଆ ହ୍ୱାଇଟ୍‌ ହାଉସକୁ ଆସିବା ପାଇଁ ୫ ମାସ ସମୟ ନେଇଥିଲେ। ପୁଅ ବାରୋନ ପାଠ ପଢା ବାହନା ଦେଖାଇ ନ୍ୟୁ ୟର୍କରୁ ୱାଶିଂଟନ ଯିବା ପାଇଁ ୫ ମାସ  ସମୟ ଗଡ଼ାଇ ଦେଇଥିଲେ ମେଲାନିଆ ।

ଯାହା ବି ହେଉ, ଷ୍ଟେଫ୍‌ନିଙ୍କ କହିବା ଅନୁଯାୟୀ, ବାରୋନ ଯେପରି ତାଙ୍କ ସମ୍ପତ୍ତିର ସମାନ ଅଂଶୀଦାର ହୋଇପାରିବ ସେ ନେଇ ଟ୍ରମ୍ପ ଏକ ଏଗ୍ରିମେଣ୍ଟ ପ୍ରସ୍ତୁତ କରୁଛନ୍ତି।

ଅନ୍ୟଜଣେ ସହଯୋଗୀ ଓମାରୋଜା ମେନିଗାଲ୍‌ଟ ନ୍ୟୁମେନ କହିଛନ୍ତି, ଟ୍ରମ୍ପ ଦମ୍ପତିଙ୍କର ୧୫ ବର୍ଷର ବୈବାହିକ ସମ୍ପର୍କ ଛିନ୍ନ ହେବାକୁ ଯାଉଛି। ମେଲାନିଆ ପ୍ରତିଟି ମୁହୂର୍ତ୍ତକୁ ଗଣୁଛନ୍ତି କେତେବେଳେ ଟ୍ରମ୍ପ ଅଫିସ ବାହାରକୁ ଆସିବେ ଏବଂ ସେ ଛାଡପତ୍ର ଦେବେ।

ମେଲାନିଆଙ୍କ ସମ୍ପର୍କରେ କୁହାଯାଏ, ୨୦୧୬ରେ ଯେତେବେଳେ ତାଙ୍କ ସ୍ୱାମୀ ଅର୍ଥାତ୍‌ ଡୋନାଲ୍‌ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ ସେ କାନ୍ଦି ପକାଇଥିଲେ। କାରଣ ଟ୍ରମ୍ପ ଜିତିବେ ବୋଲି ସେ କେବେ ବି ଭାବି ନ ଥିଲେ। ଏହି କଥା ମେଲାନିଆଙ୍କର ଜଣେ ବନ୍ଧୁ କହିଛନ୍ତି। ଅବଶ୍ୟ ୫୦ ବର୍ଷ ବୟସ୍କା ମେଲାନିଆ ସବୁବେଳେ କୁହନ୍ତି  ୭୪ ବର୍ଷ ବୟସ୍କ ଟ୍ରମ୍ପଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ। ଯାହା ବି ହେଉ, ଏବେ ସମ୍ପର୍କକୁ ନେଇ ସତ ସାମ୍ନାକୁ ଆସିଛି।

 ସୂଚନାଥାଉ କି, ଟ୍ରମ୍ପ ତାଙ୍କର ଦ୍ୱିତୀୟ ପତ୍ନୀ ମାର୍ଲା ମେପଲ୍ସଙ୍କ ସହ ମଧ୍ୟ ଚୁକ୍ତି କରିଥିଲେ ଯେ ସେ ତାଙ୍କ ସହ ଜଡ଼ିତ କୌଣସି ପୁସ୍ତକ ପ୍ରକାଶିତ କରିପାରିବେ ନାହିଁ କିମ୍ବା କୌଣସି ଇଣ୍ଟରଭ୍ୟୁ ଦେଇ ପାରିବେ ନାହିଁ। ଯାହା ଜଣାପଡ଼ୁଛି, ମେଲାନିଆଙ୍କୁ ମଧ୍ୟ ଏହିପରି ଚୁପ୍‌ ରହିବା ଲାଗି ସହମତ ହେବାକୁ ପଡ଼ିଛି। 

ସୂଚନାଥାଉ କି, ଟ୍ରମ୍ପଙ୍କର ୩ ଜଣ ପତ୍ନୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ମାର୍ଲା ଦ୍ୱିତୀୟ ଏବଂ ମେଲାନିଆ ତୃତୀୟ ପତ୍ନୀ।

 

ଆହୁରି ପଢ଼ନ୍ତୁ

ପରଲୋକରେ ଭାରତର ସଫ୍ଟୱେୟର ଇଣ୍ଡଷ୍ଟ୍ରୀ ଜନକ ଏଫ୍‌ସି କୋହଲି

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

You might also like