କୋର୍ଟରେ ହାଜର ହେବାକୁ ଅରାଜି ମେହୁଲ

ନୂଆଦିଲ୍ଲୀ: ଭାରତରୁ ଫେରାର ବ୍ୟବସାୟୀ ମେହୁଲ ଚୋକସୀ କୋର୍ଟରେ ହାଜର ହେବାକୁ ରାଜି ନୁହନ୍ତି। କୋଟିକୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ସହିତ ସମ୍ପୃକ୍ତ ଏହି ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟଗତ କାରଣ ଯୋଗୁ  କୋର୍ଟରେ ହାଜର ହୋଇପାରିବେନି ବୋଲି ଜଣାଇଛନ୍ତି। ୪୧ ଘଣ୍ଟା ଧରି ବିମାନ ଯାତ୍ରା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ଆଣ୍ଟିଗୁଆରେ ରହୁଥିବା ମେହୁଲ ମୁମ୍ବାଇ ସେସନ୍‌ କୋର୍ଟଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ସେ ଭିଡିଓ କନ୍‌ଫରେସିଂ ଜରିଆରେ ହାଜର ହେବାକୁ କୋର୍ଟ୍‌କୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ମାମଲାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନାଁରେ ଅଭିଯୋଗ ଆଣିଛନ୍ତି ମେହୁଲ। ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଣି ମଧ୍ୟ କୋର୍ଟକୁ ଜଣାଇ ନ ଥିବା ଓ ଜାଣିଶୁଣି ଇଡି କୋର୍ଟଙ୍କୁ ତଥ୍ୟ ଲୁଚାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ପିଏନ୍‌ବି ବ୍ୟାଙ୍କରୁ ୨୧ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ପରେ ଫେରାର ଅଛନ୍ତି ମେହୁଲ୍। ସିବିଆଇ, ଇଡି, ଆୟକର ପାଇଁ ୱାଣ୍ଟେଡ୍ ଅଛନ୍ତି ସେ। ଇଣ୍ଟରପୋଲ୍ ମେହୁଲଙ୍କୁ ଧରିବା ପାଇଁ ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି କରିଛି।

 

You might also like