ଗର୍ଲଫ୍ରେଣ୍ଡ ସହ ରୋମାଣ୍ଟିକ୍ ଡିନର କରିବାକୁ ଆସିଥିଲେ ମେହୁଲ ଚୋକସି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତରୁ ପ୍ରାୟ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଋଣ ନେଇ ଫେରାର ଥିବା ହୀରା ବେପାରୀ ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେଫାଜତରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ଆଣ୍ଟିଗୁଆ ଦ୍ୱୀପରେ ନାଗରିକତା ନେଇ ରହି ଆସୁଥିଲେ । କିନ୍ତୁ କିଛି ଦିନ ହେବ ସେ ନିଜ ଗର୍ଲଫ୍ରେଣ୍ଡ ଚକ୍କରରେ ପଡ଼ି ଆଣ୍ଟିଗୁଆରୁ ବାହାରି ଡୋମିନିକାରେ ଟାଇମ ପାସ କରୁଥିଲେ । ସୂଚନାରହିଛି ଯେ, ମେହୁଲ ଚୋକସି ଗର୍ଲଫ୍ରଣ୍ଡ ସହ ରୋମାଣ୍ଟିକ୍ ଡିନର ଡେଟ୍ ପାଇଁ ଡୋମିନିକା ଯାଇଥିଲେ । ଆଉ ସେଠାରେ ହିଁ ତାଙ୍କୁ ପୋଲିସ ଗିରଫ କରିଛି ।

mehul choksi

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ ମଧ୍ୟ ମେହୁଲ ଚୋକସିଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ପୂର୍ବରୁ ଉଲ୍ଲେଖ କରିସାରିଛନ୍ତି । ସେ କହିଥିଲେ ଯେ, ବୋଧ ହୁଏ ମେହୁଲ ଚୋକସି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଡୋମିନିକା ଦ୍ୱୀପକୁ ରୋମାଣ୍ଟିକ ରାତ୍ରୀ ଭୋଜନ କରିବାକୁ କିମ୍ବା ବୁଲାବୁଲି କରିବାକୁ ଯାଇଥିଲେ ।

ଆଣ୍ଟିଗୁଆର ଗଣମାଧ୍ୟମ ମେହୁଲ ଚୋକସିଙ୍କ ଓକିଲଙ୍କଠାରୁ ସୂଚନା ପାଇଛନ୍ତି ଯେ, ଚୋକସି ତାଙ୍କ ମହିଳା ବନ୍ଧୁଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କୁ ଅପହରଣ କରିନିଆଯାଇଛି । କୁହାଯାଉଛି ଯେ, ଗତ ୨୩ ମେ’ରେ ସେ ମହିଳା ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଉଥିଲେ । କିନ୍ତୁ ରେଷ୍ଟୁରାଣ୍ଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅପହରଣ କରି ନିଆଯାଇଛି ।

mehul choksi

ଦାବି ହେଉଛି ଯେ, ଚୋକସି ବାରବାରା ନାମକ ଜଣେ ମହିଳାଙ୍କ ସହ ପ୍ରାୟ ଏକ ବର୍ଷ ଧରି ସମ୍ପର୍କରେ ଥିଲେ । ଏହା ପୂର୍ବରୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନେ ମଧ୍ୟ ଚୋକସିଙ୍କର ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା କଥା କହିଥିଲେ ।

ଭାରତରୁ ଏକ ସ୍ୱତନ୍ତ୍ର ବିମାନ ଡୋମିନିକାକୁ ପଠାଯାଇଛି । ଯେଉଁଥିରେ ମେହୁଲ ଚୋକସିଙ୍କ ବିରୋଧରେ ବିଭିନ୍ନ ମାମଲାର ଦସ୍ତାବିଜ୍ ତଥା ଜରୁରୀ କାଗଜପତ୍ରଠାରୁ ଆରମ୍ଭ କରି ଅନେକ ପ୍ରମାଣ ମଧ୍ୟ ରହିଛି । ଏମିତିକି କୋର୍ଟ ଶୁଣାଣି କରିଥିବା କଗଜପତ୍ର ଠାରୁ ଆରମ୍ଭ କରି କୋର୍ଟଙ୍କ ଆଦେଶ ରିପୋର୍ଟର ନକଲ ମଧ୍ୟ ସାଥିରେ ନିଆଯାଇଛି । ଏହି ଦଲିଲ, ତଥ୍ୟ ଏବଂ ପ୍ରମାଣପତ୍ର ଆଧାରରେ ମେହୁଲ ଚୋକସିଙ୍କୁ ଭାରତକୁ ଆଣିବାକୁ ଚେଷ୍ଟା କରାଯିବ ।

mehul choksi

ସୂଚନାନୁସାରେ, କତାର ଏୟାରୱେଜର ଏକ ସ୍ୱତନ୍ତ୍ର ବିମାନକୁ ଭାରତ ସରକାର ଭଡ଼ାସୂତ୍ରରେ ନେଇଛନ୍ତି । ଯାହାର ଭଡା ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବା ପାଇଁ ଗୋଟିଏ ପାର୍ଶ୍ୱରୁ କୋଟି ଟଙ୍କାରୁ ଅଧିକ । ସୂଚନାନୁସାରେ, ଏହି ବିମାନର ଭଡା ଘଣ୍ଟା ପ୍ରତି ପାଞ୍ଚ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୧୬ ଘଣ୍ଟାର ସମୟ ଲାଗିଥାଏ । ଏହି ଅନୁଯାୟୀ, ଗୋଟିଏ ପଟୁ ଯିବା ପାଇଁ କେବଳ ୮୦ ଲକ୍ଷ ଟଙ୍କା ବ୍ୟୟ ଆକଳନ କରାଯାଉଛି । ଏହା ସହିତ, ଯଦି ଅନ୍ୟାନ୍ୟ ଖର୍ଚ୍ଚ ଯୋଗ କରାଯାଏ, ତେବେ ଏହାର ଭଡା ଏକ କୋଟିରୁ ଅଧିକ ହେବ ।

You might also like