ଏତେ ଶୀଘ୍ର ଭାରତ ଆସି ପାରିବେନି ମେହୁଲ ଚୋକସୀ, ବାଟ ଓଗାଳିବ ପ୍ରତ୍ୟର୍ପଣ ସନ୍ଧି

ନୂଆଦିଲ୍ଲୀ-ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଡୋମିନିକାରୁ ଗିରଫ କରାଯାଇଛି । ତାଙ୍କୁ ତୁରନ୍ତ ଭାରତ ପଠାଇ ଦେବାକୁ ଆଣ୍ଟିଗୁଆ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ୪୮ ଘଣ୍ଟା ଭିତରେ ମେହୁଲ ଚୋକସୀ ଭାରତ ଆସି ପାରନ୍ତି ବୋଲି କୁହାଯାଉଥିଲା । ହେଲେ ମେହୁଲ ଚୋକସୀ ଏତେ ଶିଘ୍ର ଭାରତ ଆସିପାରିବେ ନାହିଁ । ତାଙ୍କୁ ଭାରତ ଫେରାଇ ଆଣିବା ଯେତିକି କଠିନ ସେତିକି ସମୟ ସାପେକ୍ଷ ମଧ୍ୟ । ଚୋକସୀଙ୍କୁ ଗିରଫ କରିବା ପରେ ତାଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଛି । ହେଲେ ସବୁଠାରୁ ବଡ ସମସ୍ୟା ହେଉଛି ଭାରତ ଏବଂ ଡେମିନିକା ମଧ୍ୟରେ ପ୍ରତ୍ୟର୍ପଣ ନେଇ କୌଣସି ସନ୍ଧି ହୋଇ ନାହିଁ । ଏପରି ସ୍ଥିତିରେ ଚୋକସୀଙ୍କୁ ଭାରତ ଫେରାଇ ଆଣିବାକୁ ସମୟ ଲାଗିବ ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚୋକସୀଙ୍କୁ ଭାରତ ଆଣିବାକୁ ହେଲେ ଆଇନ ଜାଲରେ ଫସିଯିବ । ହିନ୍ଦୁସ୍ଥାନ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଚୋକସୀଙ୍କୁ ଭାରତ ଆଣିବା ପୂର୍ବରୁ ଏକ ପ୍ରଶ୍ନ ଉଠୁଛ ଯେ, ଚୋକସୀ ସେଠାରେ କାହିଁକି ଗିରଫ ହେଲେ ? ସେଠାରେ କିଛି ନିୟମ ସେ ଭଙ୍ଗ କରିଛନ୍ତି କି ? ଯଦି କରିଛନ୍ତି, ତେବେ ପ୍ରଥମେ ଡୋମେନିକା ଆଇନ ହିସାବରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରେ । ଆଉ ଏହା ହେଲେ ଚୋକସୀଙ୍କ ପ୍ରତ୍ୟର୍ପଣରେ ଯଥେଷ୍ଟ ବିଳମ୍ବ ହୋଇପାରେ ।

ଦ୍ଵିତୀୟ କଥା ହେଲା, ବର୍ତ୍ତମାନ ସୁଦ୍ଧା ଭାରତର ୫୮ଦେଶ ସହ ପ୍ରତ୍ୟର୍ପଣ ସନ୍ଧି ବ୍ୟବସ୍ଥା ଅଛି । ହେଲେ ଡୋମେନିକା ଏହି ତାଲିକାରେ ନାହିଁ । ଅବଶ୍ୟ ଭାରତର ଆଣ୍ଟିଗୁଆ ଏବଂ ବାରବୁଡା ସହ ପ୍ରତ୍ୟର୍ପଣ ସନ୍ଧି ହୋଇଛି । ଚୋକସୀ ଭାରତରୁ ଫେରାର ହେବା ପୂର୍ବରୁ ଆଣ୍ଟିଗୁଆର ନାଗରିକତା ନେଇଥିଲେ । ଏହି ନାଗରିକତା ସେ ୨୦୧୭ରେ ଇନ୍‌ଭେଷ୍ଟମେଣ୍ଟ ପ୍ରୋଗ୍ରାମ ଜରିଆରେ ନେଇଥିଲେ । ଯଦି ଚୋକସୀ ଆଣ୍ଟିଗୁଆରେ ଧରାପଡ଼ିଥାନ୍ତେ ତେବେ ତାଙ୍କୁ ଫେରାଇ ଆଣିବା ଭାରତ ପକ୍ଷେ ସହଜ ହୋଇଥାନ୍ତା । ଏହି କଥା ଡୋମେନିକାରେ ଚୋକସୀଙ୍କ ଗିରଫଦାରୀ ପରେ ସ୍ପଷ୍ଟ ହୋଇଛି ।

ପ୍ରକୃତ କଥା ହେଲା, ଏଣ୍ଟିଗୁଆର ଏବଂ ବାରବୁଡା ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ଡୋମିନିକାକୁ ଅନୁରୋଧ କରିଥିଲେ ଯେ, ଚୋକସୀଙ୍କୁ ଆଣ୍ଟିଗୁଆ ପଠା ନ ଯାଉ ଯେଉଁଠି ତାଙ୍କୁ ଆଇନ ଏବଂ ସାମ୍ବିଧାନିକ ସୁରକ୍ଷା କବଚ ମିଳିଛି । ତାଙ୍କୁ ସିଧା ଭାରତ ପଠାଇ ଦେବାକୁ ସେ ଡୋମିନିକାକୁ ଅନୁରୋଧ କରିଥିଲେ । ଏଠି କହି ରଖିବୁ, ଚୋକସୀ ଡୋମିନିକା ପଳାଇ ଯିବାର କାରଣ ହେଉଛି ଆଣ୍ଟିଗୁଆ ପୋଲିସ ତାଙ୍କୁ ଖୋଜୁଥିଲା ।

ସୂଚନାଥାଉ କି, ଚୋକସୀଙ୍କ ବିରୋଧରେ ପଞ୍ଜାବ ନାଶନାଲ ବ୍ୟାଙ୍କରୁ ୧୩, ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ଲାଗିଛି । ସେ ୨୦୧୮ରୁ ଆଣ୍ଟିଗୁଆରେ ରହି ଆସୁଛନ୍ତି । ସେହିପରି ନୀରବ ମୋଦି ଏବେ ଲଣ୍ଡନର ଏକ ଜେଲରେ ଅଛନ୍ତି । ସିିିବିଆଇ ଉଭୟଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଛି ।

 

 

You might also like