ଗୃହବନ୍ଦୀରୁ ମୁକୁଳିଲେ ମେହବୁବା

ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍‌ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ ଛଡ଼ାଯାଇଛି। ଏ ନେଇ ଜାମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଜମ୍ମୁ-କଶ୍ମୀରରୁ ୨୦୧୯ ମସିହା ଅଗଷ୍ଟ ୫ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଏହାକୁ ଦୁଇଭାଗ କରିଦେଇଥିଲେ। ଦଙ୍ଗା ଏବଂ ଆନ୍ଦୋଳନକୁ ଏଡ଼ାଇବା ପାଇଁ ଅଗଷ୍ଟ ୪ରେ ମେହବୁବାଙ୍କ ସହ ଜାମ୍ମୁ-କଶ୍ମୀରର ଅନେକ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ କରାଯାଇଥିଲା।

ପୂର୍ବରୁ କିଛି ନେତାଙ୍କୁ ସରକାର ଗୃହବନ୍ଦୀରୁ ମୁକ୍ତି ଦେଇଥିଲେ। ହେଲେ ମେହବୁବାଙ୍କ ଅଟକ ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଥିଲା। ଜୁଲାଇ ମାସରେ ମେହବୁବାଙ୍କ ଅଟକ ଅବଧିକୁ ୩ ମାସ ବୃଦ୍ଧି କରାଯାଇଥିଲା।

ଜନ ସୁରକ୍ଷା ଆଇନ ଅନୁଯାୟୀ ମେହବୁବା ମୁଫତିଙ୍କୁ ଗିରଫ କରାଯାଇଥିଲା। ଏକ ଜେଲରେ ରହିଲା ଭଳି ତାଙ୍କ ସରକାରୀ ବାସଭବନ ‘ଫେୟାର ଭ୍ୟୁ’ରେ ତାଙ୍କୁ ରଖାଯାଇଥିଲା

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like