ମେଘାଳୟ ଶ୍ରମିକ ଉଦ୍ଧାର କାର୍ଯ୍ୟ ବନ୍ଦ କଲା ନୌସେନା

ମେଘାଳୟ : ମେଘାଳୟର ଇଷ୍ଟ ଜଇନ୍ତିଆ ଜିଲ୍ଲାରେ ଫସି ରହିଥିବା କର୍ମଚାରୀମାନଙ୍କୁ ଉଦ୍ଧାର ପାଇଁ ନୌସେନା ପକ୍ଷରୁ ଚାଲିଥିବା ଉଦ୍ୟମ ବନ୍ଦ ରହିଛି। ଚାରିଦିନ ତଳେ ରିମୋର୍ଟ ଦ୍ୱାରା ୧୬୦ଫୁଟ ତଳେ ଜଣେ କର୍ମଚାରୀଙ୍କ ମୃତଦେହକୁ ଚିହ୍ନଟ କରାଯାଇଥିଲା।

ଗତ ଡିସେମ୍ବର ୧୩ ତାରିଖରୁ ୧୫ଜଣ କର୍ମଚାରୀ କୋଇଲା ଖଣି ଭିତିରେ ଫସି ରହିଛନ୍ତି। ସେମାନେ ଖଣି ଭିତରକୁ ଯାଇଥିବା ବେଳେ ଅଚାନକ ପାଣି ପଶିଯିବାରୁ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ନେଭି, ଏନଡିଆରଏଫ୍, ଏସଡିଆରଏଫ୍ ସହ ଓଡିଶା ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଉଚ୍ଚକ୍ଷମତା ସମ୍ପନ୍ନ ପମ୍ପ ଦ୍ୱାରା ପାଣିକୁ ନିଷ୍କାସନ କରାଯାଇଉଥିଲେ ମଧ୍ୟ ଜଳସ୍ତର କମୁନାହିଁ। ସେପଟେ ଫସି ରହିଥିବା କର୍ମଚାରୀଙ୍କ ପରିବାର ପକ୍ଷରୁ ମୃତଦେହ ଉଦ୍ଧାର କରିବା ପାଇଁ ଦାବି ହୋଇଛି।

You might also like