ସମ୍ପୂର୍ଣ୍ଣ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆଉ ୩ ମାସ ସମୟ ଦେଲେ ସୁପ୍ରିମକୋର୍ଟ

ରାମ ମନ୍ଦିର-ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର ଶୁଣାଣି କଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ, ସୁପ୍ରିମକୋର୍ଟ ଆଜି ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ଆଉ କିଛିଦିନ ସମୟ ଦେଇଛନ୍ତି। ଅଗଷ୍ଟ ୧୫ ସୁଦ୍ଧା ଏହି ବିବାଦୀୟ ମାମଲାର ସମସ୍ତ ରିପୋର୍ଟ ଦାଖଲ କରିବାକୁ, ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଖଣ଼୍ଡପୀଠରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ, ଜଷ୍ଟିସ ଏସ୍‌ଏ ବୋବଡେ, ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଅବଦୁଲ ନଜିର ଅଛନ୍ତି।

ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାନୁଯାୟୀ, ‘ମଧ୍ୟସ୍ଥି ପ୍ୟାନେଲ୍’ ଆଜି ଏହାର ‘ଷ୍ଟାଟସ୍ ରିପୋର୍ଟ’ ଖଣ୍ଡପୀଠଙ୍କ ପାଖରେ ଦାଖଲ କରିଥିଲେ। ହେଲେ ଦାଖଲ କରିବା ପରେ, ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଆଉ କିଛି ସମୟ ମାଗିଥିଲେ। ପ୍ୟାନେଲ ଯୁକ୍ତି ବାଢ଼ିଥିଲେ ଯେ, କାଳେ ଇତିମଧ୍ୟରେ ‘ଆପୋଷ ବୁଝାବଣା’ ଭିତ୍ତିରେ କାଳେ ସମସ୍ୟାର କିଛି ସମାଧାନ ମିଳିପାରିବ ସେଥିପାଇଁ ସମୟ ଦିଆଯାଉ। ଏହାପରେ ଖଣ୍ଡପୀଠ, ରିପୋର୍ଟ ଦାଖଲର ସମୟକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଚିସ୍ ଗୋଗୋଇ କହିଥିଲା ଯେ, ମାମଲାର ସମାଧାନର ପ୍ରକ୍ରିୟା କେତେଦୂର ଗଲା ବୋଲି, ଖଣ୍ଡପୀଠ କେବେ ମଧ୍ୟ ପ୍ୟାନେଲ୍‌କୁ ପଚାରିବେ ନାହିଁ। କାରଣ ଏହା ମାମଲାର ଗୋପନୀୟତାକୁ ନଷ୍ଟ କରିବ।

ମଧ୍ୟସ୍ଥି ପ୍ୟାନେଲ କ’ଣ?

ବର୍ଷ ବର୍ଷର ପୁରୁଣା ରାମ ଜନ୍ମଭୂମି- ବାବ୍ରି ମସଜିଦ ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ, ଗତ ମାର୍ଚ୍ଚ ୮ ତାରିଖରେ ସୁପ୍ରିମକୋର୍ଟ ଏକ ତିନି ଜଣିଆ ‘ମଧ୍ୟସ୍ଥି ପ୍ୟାନେଲ’ ଗଠନ କରିଥିଲେ। ଏଥିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଫ୍‌ଏମ୍‌ ଇବ୍ରାହିମ୍‌ କାଲିଫୁଲ୍ଲା, ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଓ ବରିଷ୍ଠ ଆଇନଜୀବୀ ଶ୍ରୀରାମ ପାଞ୍ଚୁ ସଭ୍ୟ ରହିଛନ୍ତି। ମାମଲା ସହ ଜଡ଼ିତ ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ, ସୁପ୍ରିମକୋର୍ଟ ‘ମଧ୍ୟସ୍ଥି ପ୍ୟାନେଲ୍‌’କୁ ୮ ସପ୍ତାହ ସମୟ ଦେଇଥିଲେ। ଗତ ୬ ତାରିଖରେ ପ୍ୟାନେଲ ଏହା ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିଥିଲା। ଏହାପରେ ଆଜି ଆଉଥରେ ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

You might also like