ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟିକାର ଦ୍ୱାର ଦେଶରେ ଭାରତ। ଭାରତରେ ତିଆରି ହେଉଥିବା କୋଭିଡ୍ ଭାକସିନ୍ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଥିବାରୁ ଏକ ଟ୍ୱିଟ୍ ଜରିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ। ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ ଦେଶରେ ବ୍ୟାପକ ଟିକାରରଣ ଆବଶ୍ୟକତା ଥିବା ଦର୍ଶାଇ ପ୍ରାୟ ୩୦ କୋଟି ଲୋକଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ ଟିକା ଜରୁରୀ ବୋଲି ହର୍ଷବର୍ଦ୍ଧନ କହିଥିଲେ। ଏ ନେଇ ଗତକାଲି ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ବୈଠକ ବସିଥିଲା। ଏହି ଅବସରରେ ଟିକା ଆସିବା ଯାଏଁ ଲୋକଙ୍କୁ କୋଭିଡ୍ ପ୍ରତି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ।

ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍‌ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।

ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।

You might also like