ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନଡିଏ ବିରୋଧୀ ମହାମେଣ୍ଟକୁ ଝଟ୍‌କା ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ଛାଡ଼ିଲା ବିଏସ୍‌ପି(ବହୁଜନ ସମାଜ ପାର୍ଟି)। ଆସନ୍ତା ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସ୍‌ପି ଏକାକୀ ଲଢ଼ିବ।

ଆଜି ଏନେଇ ଦଳ ସୁପ୍ରିମୋ ମାୟାବତୀ ବିଧିବଦ୍ଧ ଭାବେ ଘୋଷଣା କରଛନ୍ତି । କଂଗ୍ରେସ ସହ ଅସନ୍ତୋଷ ବ୍ୟକ୍ତ କରି ଆଜି ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କଂଗ୍ରେସକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି। ଏଥିସହିତ କଂଗ୍ରେସକୁ ଜାତିବାଦ ପାର୍ଟି ବୋଲି ମାୟାବତୀ କହିଛନ୍ତି।

ମାୟାବତୀଙ୍କ ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ୟୁପିଏ ମହାମେଣ୍ଟ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

 

You might also like