କାର୍‌ରେ ନିଆଁ ଲଗାଇ, ଗୁଳି ଫୁଟାଇ ଏମିତି ଜବାବ୍‌ ଦେଲେ ଯୁବକ

ମଥୁରା: ମଥୁରାରେ ଘଟିଥିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନିଜେ ବସିଥିବା କାରରେ ନିଆଁ ଲଗାଇ ଦେଲେ। ଗାଡି ଅଟକାଇ ଗୁଳି ଫୁଟାଇଲେ। ଶେଷରେ ଗାଡ଼ିରୁ ଓହ୍ଲାଇବା ପରେ ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲେ। ବିନା କାରଣରେ ଜଣେ ଏପରି କାହିଁକି କରିବ ? ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନା ? ଏହାଠାରୁ ଆହୁରି ଆଶ୍ଚର୍ଯ୍ୟ ହେବେ, ଯଦି ଜାଣିବେ ସେ ବଡ ପାଟିରେ ଚିତ୍କାର କରି କ’ଣ କହୁଥିଲେ ! ଜାଣନ୍ତୁ ଘଟଣାଟି କ’ଣ ।

ବୁଧବାର ମଥୁରା ପୁଲିସ ଜଣେ ମହିଳା ଓ ପୁରୁଷଙ୍କୁ ଗିରଫ କରିଛି। ଗିରଫର କାରଣ ହେଲା ଦୁହେଁ ମିଶି ରାସ୍ତା ମଝିରେ ବେଶ କିଛି ସମୟ ହଙ୍ଗାମା  କରିଲେ। ଯୁବକ ଜଣକ ପ୍ରଥମେ ନିଜ କାରରେ ନିଆଁ ଲଗାଇ ଦେଲେ । ଏହି ଘଟଣା ଦେଖିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ପୁଲିସକୁ ଦେଖିବା ପରେ ଶୂନ୍ୟରେ ଗୁଳି ଚଳାଇଲେ। ଗୁଳି ଶବ୍ଦ ଶୁଣି ଲୋକେ ଇତଃସ୍ତତଃ ହୋଇ ଦୌଡ଼ିବାକୁ ଲାଗିଲେ। ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଗଲା। ଯାତାୟାତ ମଧ୍ୟ ବନ୍ଦ ହୋଇଗଲା। ତାଙ୍କ ସହ ଥିବା ମହିଳା ଜଣକ ଏପରି ହଙ୍ଗାମା କରିବାରେ ପୁରୁଷଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କ ପାଖରେ ବେଆଇନ ମାରଣାସ୍ତ  ଥିବା ମଧ୍ୟ ପୁଲିସ କହିଛି।

ପୁଲିସ ସୂଚନା ଅନୁଯାୟୀ, ଏହି ବ୍ୟକ୍ତିଙ୍କ ନାମ ଶୁଭମ ଚୌଧୁରୀ।  ମଥୁରା ଏସପିଙ୍କ କହିବା ଅନୁଯାୟୀ, ପ୍ରଥମେ ଶୁଭମ ଗାଡ଼ିରେ ନିଆଁ ଲଗାଇ ଦେଇଥିଲା। ପୁଲିସ ତାଙ୍କୁ ଯେତେବେଳେ ଅଟକାଇବାକୁ ଚେଷ୍ଟା କରିଥିଲା, ସେ ବ୍ଲାଙ୍କ ଫାୟାରିଂ କରିଥିଲେ। ତା ପରେ ଗାଡ଼ିରୁ ଓହ୍ଲାଇ ଚିତ୍କାର କରିବାକୁ ଲାଗିଲେ।

ପାଟି କରି କ’ଣ କହୁଥିଲେ ଯୁବକ ଜଣକ ?

ଶୁଭମ୍‌ ଚିତ୍କାର କରି ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ ଦେଶରେ ବଢୁଥିବା ଭ୍ରଷ୍ଟାଚାର ବିରୋଧରେ ବିଷୋଦ୍‌ଗାର କରୁଥିଲେ।

ଶେଷରେ ପୁଲିସ ଉଭୟଙ୍କୁ ଗିରଫ କରି ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ତେବେ ସେ ଏପରି କାହିଁକି କରୁଥିଲେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ। ଶୁଭମ୍‌ ବାରମ୍ବାର ନିଜର ମତ ବଦଳାଉଥିବାରୁ ପୁଲସ ମଧ୍ୟ ସନ୍ଦେହରେ ରହିଛି। କେତେବେଳେ ସେ ମହିଳାଙ୍କୁ ତାଙ୍କ ପତ୍ନୀ ତ କେତେବେଳେ ଭଉଣୀ ପୁଣି କେତେବେଳେ ବ୍ୟବସାୟ ପାର୍ଟନର ବୋଲି କହୁଛନ୍ତି।

ଅନ୍ୟଏକ ସୂତ୍ରରୁ ଜଣାପଡ଼ିଛି, ଶୁଭମ୍‌ଙ୍କର କୌଣସି ଜାଗାରେ ବିବାହ ଠିକ୍‌ ହୋଇଥିଲା। ତେବେ ଏହି ମହିଳାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବିବାହ ଭାଙ୍ଗି ଯାଇଥିଲା। ଫଳରେ ସେ ଅତ୍ୟଧିକ ଡିପ୍ରେସନରେ ଥିଲେ।

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like