ହିନ୍ଦୁ ମା’ର ଶେଷକୃତ୍ୟ କରିବାକୁ ମନାକଲା ଖ୍ରୀଷ୍ଟିଆନ୍ ପୁଅ

  • ଧର୍ମ ପରିବର୍ତ୍ତନ ପରେ ହିନ୍ଦୁ ମା’କୁ ମୁଖାଗ୍ନି ଦେବାକୁ ମନା କଲା କୁଳାଙ୍ଗାର ପୁଅ
  • ୧୧୦୦ କିମି ଦୂରରୁ ଆସି ଆଈର ଦାହସଂସ୍କାର କଲା ନାତୁଣୀ

ପୁଅ ପାଇଁ ବଡ଼ ହେଲା ଧର୍ମ, ପର ହୋଇଗଲା ମା’ । ହିନ୍ଦୁ ମା’ର ସ୍ନେହବୋଳା ପଣତ ଭୁଲିଗଲା ଖ୍ରୀଷ୍ଟିଆନ୍ ପୁଅ । ଧର୍ମ ପରିବର୍ତ୍ତନ ପରେ ବଦଳିଗଲା ମମତାର ପରିଭାଷା । ଜହ୍ନମାମୁଁକୁ ଦେଖାଇ କ୍ଷୀର ଭାତ ଖୁଆଉଥିବା ମା’କୁ ଶେଷ ସମୟରେ ଟିକିଏ ଦେଖିବାକୁ ଆସିଲାନି । ଖ୍ରୀଷ୍ଟିଆନ୍  ହୋଇଥିବାରୁ ହିନ୍ଦୁ ମାଆର ମୃତ୍ୟୁ ପରେ ମୁଖାଗ୍ନି ଦେବାକୁ ମନା କଲା କୁଳାଙ୍ଗାର ପୁଅ । ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏପରି ଏକ ଲଜ୍ଜ୍ୟାଜନକ ଖବର ଆସିଛି । ଦୁଇ ଦିନ ପୂର୍ବେ ସରୋଜ ଦେବୀଙ୍କର ଦେହାନ୍ତ ହୋଇଥିଲା । ପୁଅ ମନା କରିବା ପରେ ୧୧୦୦ କିମି ଦୂରରୁ ଆସି ନାତୁଣୀ(ଝିଅର ଝିଅ) ତାଙ୍କର ଅନ୍ତିମ ସଂସ୍କାର କରିବା ସହ ସମସ୍ତ ରୀତିନୀତି ସମ୍ପନ୍ନ କରିଛି ।

ଧର୍ମ ବଡ ନା ମା ବଡ଼, ଭଗବାନ ବଡ଼ ନ ମା ବଡ ? କଥାରେ ଅଛି  ଜନନୀ ଜନ୍ମଭୂମିସ୍ୟ ସ୍ୱର୍ଗାଦପୀ ଗରିୟସୀ । କ୍ଷୀର ଖୁଆଇଲା ବେଳେ କେବେ ପାତର ଅନ୍ତର କରିନି ମା’ ।  ଆଉ ଆଜି ଶେଷ ସମୟର ପୁଅ ପାଇଁ ମା ନୁହେଁ ଧର୍ମ ବଡ ହୋଇଗଲା । ସରୋଜ ଦେବୀଙ୍କର ପୁଅ ପ୍ରତାପ ସିଂ । ଧର୍ମ ପରିବର୍ତ୍ତନ କରି ପ୍ରତାପ ସିଂରୁ ଡେଭିଡ୍ ବନିଯାଇଥିଲେ ପ୍ରତାପ । ଜୁନ୍ ୨ ରେ ମୃତ୍ୟୁ ବରଣ କରିଥିଲେ ସରୋଜ ଦେବୀ । ମୃତ୍ୟୁ ପରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ମା’ର ଶବକୁ କବର ଦେବାକୁ ଚାହୁଁଥିଲେ ଡେଭିଡ୍ କିନ୍ତୁ ସରୋଜ ଦେବୀଙ୍କ ନାତୁଣୀ ଶ୍ୱେତା ଏହାକୁ ବିରୋଧ କରିଥିଲେ । ଅନ୍ୟପଟେ ଡେଭିଡ୍ ହିନ୍ଦୁ ରୀତିନୀତି ଅନୁସାରେ ମା’ର ଶେଷକୃତ୍ୟ କରିବାକୁ ରାଜିି ହୋଇନଥିଲେ । ଫଳରେ ୧୧୦୦ କିମି ଦୂର ଝାଡଖଣ୍ଡରୁ ଆସି ଆଈର ଦାହସଂସ୍କାର କରିଥିଲେ ଶ୍ୱେତା ।

ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ନିଜର ଧର୍ମ ପରିବର୍ତ୍ତନ କରିନଥିଲେ ସରୋଜ ଦେବୀ । ତେଣୁ ତାଙ୍କର ଶେଷ ରୀତିନୀତି ହିନ୍ଦୁ ରୀତିନୀତି ଅନୁଯାୟୀ କରାଯିବା ଉଚିତ୍ ବୋଲି କହିଥିଲେ ଶ୍ୱେତା । ଧର୍ମପରିବର୍ତ୍ତନ ପରେ ମାମୁଁ ଡେଭିଡ ଆଇ ସହ କଥା କରାଇ ଦେଉନଥିଲେ ବୋଲି ଅଭିଯୋଗ କରିଛନ୍ତି ନାତୁଣୀ ଶ୍ୱେତା । ବଞ୍ଚିଥିବା ସମୟରେ କ୍ୱିଚିତ ଆଈଙ୍କ ସହ କଥା ହେଉଥିଲା । ଏପରିକି କଥାବାର୍ତ୍ତା ବେଳେ ଆଇଙ୍କ ହାତରୁ ମୋବାଇଲ ଛଡ଼ାଇ ନେଉଥିଲେ ଡେଭିଡ୍ । ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ମଧ୍ୟ ଏହି ମାମଲାର ଛାନଭିନ୍ ଆରମ୍ଭ କରିଥିବା ବେଳେ ଧର୍ମପରିବର୍ତ୍ତର ପଛର କାରଣ ଖୋଜୁଛି ।

You might also like