ଏଥର ବଜେଟ୍‌ରେ ୫ ଜଣଙ୍କ ଭୂମିକା ଥିଲା ଏମିତି ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ:ବଜେଟ ଆଗତ କରିବା ପୂର୍ବରୁ ନିୟମ ଅନୁଯାୟୀ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ପୁରା ଟିମ୍‌ ସହ ରାଷ୍ଟ୍ରପତି ରୀମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ। ନିୟମ ଅନୁଯାୟୀ,  ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହି ବଜେଟ ମନ୍ତ୍ରୀମଣ୍ଡଳର ଅନୁମୋଦିତ ହେବ ଏବଂ ତା’ ପରେ ହିଁ ବଜେଟ୍‌ରେ ଆଗତ କରାଯିବ। ତେବ ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କୁ କିଏ ସହଯୋଗ କରିଥିଲା ଜାଣନ୍ତି ? ଅର୍ଥମନ୍ତ୍ରୀଙ୍କ ଟିମ୍‌ର ୫ ଜଣ ଖାସ୍‌ ଲୋକ ଯିଏ କି ବଜେଟ୍‌ର ମାଷ୍ଟରମାଇଣ୍ଡ ତାଙ୍କ ବିଷୟରେ ଆସନ୍ତୁ ଜାଣିବା।

୧-ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଫାଇନାନ୍ସ ସେକ୍ରେଟାରୀ ରାଜୀବ କୁମାର ବ୍ୟାଙ୍ଗିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ଦିଗରେ ଲାଗି ଅନେକ ବଡବଡ ନିଷ୍ପତି ନଇଛନ୍ତି। କୁହାଯାଉଛି, ଏଥର ବଜେଟ୍‌ରେ ସେ ବ୍ୟାଙ୍କିଙ୍ଗ ସେକ୍ଟରକୁ ସଙ୍କଟରୁ ମୁକୁଳାଇବା ସହ କ୍ରେଡିଟ୍‌ ଗ୍ରୋଥ କ୍ଷେତ୍ରରେ ସହାୟତା କରିଛନ୍ତି।

୨-ଅର୍ଥ ସଚିବ ଅତନୁ ଚକ୍ରବର୍ତ୍ତୀଗତବର୍ଷ ଜୁଲାଇରେ ଏହି କ୍ଷେତ୍ରରେ ନିଜ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ଦାୟତ୍ୱ ସମ୍ଭାଳିବା ପରେ ଆର୍ଥିକ ହାର ପାଞ୍ଚ ପ୍ରତିଶତ ତଳକୁ ଖସି ଯାଇଥିଲା। ହେଲେ ତାଙ୍କ ଟିମ୍‌ ସ୍ଥିତିରେ ସୁଧାର ଆଣିବା ପାଇଁ ଏକ ଇମ୍ପ୍ରାପ୍ଲାନ୍‌ ପ୍ରସ୍ତୁତ କରିଥିଲେ।୩-ଏକ୍ସପେଣ୍ଡିଚର ସେକ୍ରେଟେରୀ  ଟିବି ସୋମନାଥନ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳୟରେ କାମ କରୁଥିଲେ। ତେଣୁ ସେ ଭଲ ଭାବେ ଜାଣନ୍ତି, ପ୍ରଧାନମନ୍ତ୍ରୀଙ୍କୁ କିପରି ବଜେଟ ପସନ୍ଦ। ସୋମନାଙ୍କ ଉପରେ ଦାୟିତ୍ୱ ଥିଲା, ସରକାରୀ ଖର୍ଚ୍ଚକୁ ଏପରି ପରିଚାଳନା କରିବେ ଯେମିତି ଅନାବଶ୍ୟକ ଖର୍ଚ୍ଚ କମିବ।

୪-ରେଭିନିଉ କଲେକ୍‌ସନକୁ ନେଇ ରେଭିନ୍ୟୁ ସେକ୍ରେଟେରୀ ଅଜୟ ଭୂଷଣ ପାଣ୍ଡେଙ୍କ ଉପରେ ଚାପ ରହିଛି। ତେଣୁ କୁହାଯାଉଛି, ଏଥର ବଜେଟ୍‌ରେ ଡାଇରେକ୍ଟ ଟ୍ୟାକ୍ସ କୋଡ଼ ଉପରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।

୫-ଡିସ୍‌ଇନଭେଷ୍ଟମେଣ୍ଟ ସେକ୍ରେଟାରୀ ତୁହିନକାନ୍ତ ପାଣ୍ଡେଙ୍କ ଉପରେ ଏୟାର ଇଣ୍ଡିଆ ବିକ୍ରିର ଦାୟିତ୍ୱ ରହିଛି। ଏଥିସହିତ ଅନ୍ୟ ସରକାରୀ କମ୍ପାନୀର ବିନିବେଶ ଦାୟିତ୍ୱ ମଧ୍ୟ ତାଙ୍କ ଉପରେ। ଚଳିତ ଆର୍ଥିକ ବର୍ଷରେ ୧.୦୫ ଲକ୍ଷ କୋଟି ଟଙ୍କର ଟାର୍ଗେଟ ପୂରଣ ହୋଇ ପାରିନାହିଁ। ତେଣୁ ଆଗାମୀ ଆର୍ଥିକ ବର୍ଷ ତୁହିନକାନ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ବଜେଟ୍‌ରେ ଏ ଦିଗରେ ତାଙ୍କର ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ରହିବ।

 

You might also like