ଚିନ୍ତା ବଢ଼ାଇଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୨୩,୧୭୯ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲିର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୩,୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରୁ କେବଳ ୨,୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ସେହିପରି ମଙ୍ଗଳବାର, ମହାରାଷ୍ଟ୍ରରେ ୧୭,୮୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ କେବଳ ୧,୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ନ୍ୟୁଜ୍ ଏଜେନ୍ସି PTIର ଏକ ରିପୋର୍ଟ ଅନୁସାରେ, ‌ଗତବର୍ଷ ସେପ୍ଟେମ୍ବର ୧୧ରେ ମହାରାଷ୍ଟ୍ରରେ ୨୪,୮୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେପ୍ଟେମ୍ବର ୧୭ରେ ୨୪,୬୧୯, ସେପ୍ଟେମ୍ବର ୯ରେ ୨୩,୮୧୬ ଓ ସେପ୍ଟେମ୍ବର ୬ରେ ୨୩,୩୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଦେଶରେ ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ୬୦ ପ୍ରତିଶତ କେବଳ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଏଥିସହ ପଞ୍ଜାବରେ ଆକ୍ରାନ୍ତ ହାର ୬.୮ ପ୍ରତିଶତ ରହିଛି। ଯାହା ଚିନ୍ତାଜନକ। ଗତ ମାସ ୯ ତାରିଖରେ ନୂଆ କରୋନା କେସ୍ ସର୍ବିନିମ୍ନ ସ୍ତରରେ ଥିଲା। ବର୍ତ୍ତମାନ ୪୩ ପ୍ରତିଶତ ଆଧାରରେ ସପ୍ତାହକୁ ସପ୍ତାହ ନୂଆ କରୋନା କେସ୍ ବଢ଼ିବାରେ ଲାଗିଛି। ଏପରିକି ୧୫ ଦିନ ମଧ୍ୟରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ ନୂଆ କରୋନା ମାମଲା ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି।ଏଥିରୁ ଜଣାପଡ଼ୁଛି ଯେ କରୋନା ନିୟମକୁ ଠିକ୍ ଭାବରେ ପାଳନ କରାଯାଉ ନାହିଁ। ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ଆହୁରି ପଢନ୍ତୁ : କଟକରେ ପୁଣି କରୋନା ଆତଙ୍କ, ଗୋଟିଏ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ୍‌

You might also like