ସମ୍ପତ୍ତି ଲୋଭରେ ବାପା-ମା’ଙ୍କ ସମେତ ପରିବାରର ୬ ଜଣଙ୍କୁ ହତ୍ୟାକଲା ପୁଅ

ଲକ୍ଷ୍ନୌ:ସାମାନ୍ୟ ସମ୍ପତ୍ତିର ଲୋଭ ମଣିଷକୁ କେତେ ବର୍ବର କରିଦିଏ ! ସମ୍ପତ୍ତି ଲୋଭ ପାଖରେ ହାର ମାନିଯାଏ ବାପା-ମା’ଙ୍କ ନିଃସର୍ତ୍ତ ଭଲପାଇବା, ଭାଇର ନିରୋଳା ଶ୍ରଦ୍ଧା..ସବୁକିଛି । ଲକଡାଉନ ସମୟରେ ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏମିତି ଏକ ହୃଦୟଥରା ଘଟଣା ଘଟିଛି । ସମ୍ପତ୍ତି ବିବାଦକୁ ନେଇ ବନ୍ଥରା ଇଲାକାର ଜଣେ ଯୁବକ ନିଜ ପରିବାରର ୬ ଜଣ ସଦସ୍ୟଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତିି । ସମସ୍ତଙ୍କୁ ହତ୍ୟା କରିବା ପରେ ନିକଟସ୍ଥ ଥାନାରେ ଆତ୍ମସମର୍ପଣ କରିଛନ୍ତିି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେରା କରୁଛି । ଅଭିଯୁକ୍ତଙ୍କ ନାଁ ଅଜୟ ସିଂହ । ଘଟଣା ଲକ୍ଷ୍ନୌ-ଉନ୍ନଓ ଜିଲ୍ଲାର ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି ।

ଅଭିଯୁକ୍ତ ଜଣକ ପ୍ରଥମେ ନିଜ ବାପାଙ୍କୁ ଉନ୍ନାଓ ଜିଲ୍ଲାର ଲକ୍ଷ୍ନøର ସଟେ ଅଞ୍ଚଳରେ ହତ୍ୟା କରିଥିଲେ । ଏହା ପରେ ସେ ଲକ୍ଷ୍ନøର ବନ୍ଥରାରେ ନିଜ ମା’, ଭାଇ, ଭାଇର ପତ୍ନୀ ଏ ବଂ ତାଙ୍କର ୨ ସନ୍ତାନଙ୍କୁ ହତ୍ୟା ‌କରିଥିଲେ । ଏହାପରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଥରା ଗୁଦୌଲି ଗାଁର ଚାଷୀ ଅମର ସିଂହ ପରିବାର ସହ ରୁହନ୍ତି । ତାଙ୍କର ବଡ ପୁଅ ଅଜୟ ପ୍ରାୟ ୨୦ ବର୍ଷ ତଳୁ ତାଙ୍କଠାରୁ ଅଲଗା ରହୁଥିଲେ । ଅମରଙ୍କ ସହ ତାଙ୍କର ପତ୍ନୀ, ଅନ୍ୟ ଜଣେ ପୁଅ ଅରୁଣ, ବୋହୂ ରାମସଖୀ, ନାତି ସୌରଭ, ନାତୁଣୀ ସାରିକା ମଧ୍ୟ ରହୁଥିଲେ । ଦୀର୍ଘ ବର୍ଷ ଧରି ବାପା-ବଡ଼ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ଗୁରୁବାର ମଧ୍ୟ ଅଜୟଙ୍କର ବାପା ଓ ଭାଇଙ୍କ ସହ ଝଗଡ଼ା ଲାଗିଥିଲା । ଅଭିଯୁକ୍ତ ଅଜୟ ବାପାଙ୍କୁ ବିକ୍ରି ହୋଇଥିବା ସମ୍ପତ୍ତିର ଭାଗ ମାଗୁଥିଲେ ।

ସନ୍ଧ୍ୟାରେ ଅମର ସିଂହ ଉନ୍ନାଓ ସୀମାନ୍ତରେ ଥିବା ତାଙ୍କ ଜମିରେ କାମ କରୁଥିଲେ । ଅଜୟ ଏବଂ ତାଙ୍କର ପୁଅ ଅମରଙ୍କ ନିକଟରେ ପହଞ୍ଚିଲେ । ସେଠାରେ ବାପା-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଉତ୍ତ୍ୟକ୍ତ ଅଜୟ ସେଠାରେ ବାପାଙ୍କୁ ହତ୍ୟା କରିଥିଲେ । ଏହା ପରେ କ୍ଷେତରୁ କାମ କରି ଫେରୁଥିବା ଅରୁଣ, ତାଙ୍କ ପତ୍ନୀ ରାମସଖୀ, ପୁଅ ସୌରଭ ଓ ଝିଅ ସାରିକାକୁ ହତ୍ୟା କରିଥିଲେ । ଏହା ପରେ ରାକ୍ଷସ ପୁଅ ଘରେ ପହଞ୍ଚି ଥିଲେ । ସେଠାରେ ମା’ ରାମଦୁଲାରୀଙ୍କୁ ମଧ୍ୟ ହତ୍ୟା କରିଥିଲେ ।
ପରିବାରର ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଅଜୟ ବନ୍ଥରା ଥାନାରେ ପହଞ୍ଚିଥିଲେ । ପୋଲିସ ତାଙ୍କ ପୁଅକୁ ମଧ୍ୟ ଗିରଫ କରିଛି ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଧାର୍ଯ୍ୟ ସମୟ ଆଗରୁ ଶେଷ ହୋଇପାରେ ମୌସୁମୀ ଅଧିବେଶନ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଅନ୍ତିମ ଯାତ୍ରାରେ ବାହାରିଲା INS ବିରାଟ

କରୋନା ଆରୋଗ୍ୟ ହାର: ଆମେରିକାକୁ ପଛରେ ପକାଇ ଭାରତ ଆଗରେ

ଲକ୍‌‌ଡାଉନ ସମୟରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌‌ରେ ୯୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି

ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

COVID-19କୁ ନେଇ ବଢ଼ିଲା ଚିନ୍ତା; ରୂପ ବଦଳାଇ ସୁସ୍ଥ ହୋଇଥିବା ରୋଗୀଙ୍କ ଶରୀରରେ ପୁଣି ସଂକ୍ରମିତ ହେଉଛିି

୨୪ ଘଣ୍ଟାରେ ୯୩, ୩୩୭ କରୋନା ଆକ୍ରାନ୍ତ ଚିହ୍ନଟ

ରେଡ୍‌ ବେଳେ ୯ ଆତଙ୍କବାଦୀ ଗିରଫ, ଦେଶରେ ବଡ଼ ଧରଣର ହମ୍‌ଲା ପାଇଁ କରିଥିଲେ ଯୋଜନା

You might also like