ବିଶ୍ୱ ସମୁଦାୟର ଚାପ ପରେ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପାକିସ୍ତାନ

ଇସ୍‌ଲାମାବାଦ: ଚାରିଆଡ଼ୁ ଚାପ ପଡ଼ିବା ପରେ ଶେଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପାକିସ୍ତାନ। ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗରେ ୪୪ଜଣଙ୍କୁ ଅଟକ ରଖାଯାଇଥିବା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାରର ଦୁଇଜଣ ନିକଟ ସମ୍ପର୍କୀୟ ମୁଫତି ଅବଦୁର ଓ ହମାଦ ଆଝାର ସାମିଲ ଅଛନ୍ତି।

ମୁଫତି ଅବଦୁର ଓ ହମାଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ଡୋସିୟର ଦିଆଯାଇଥିଲା। ସେପଟେ କିନ୍ତୁ ବିନା କୌଣସି ଚାପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି।

You might also like