ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପଛରେ ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ଅସ୍‌ଗର

ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍‌ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି।

ମୃତ ୪ ଆତଙ୍କବାଦୀଙ୍କ ଠାରୁ ବିପୁଳ  ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିବା ବେଳେ ପାକିସ୍ତାନ ନିର୍ମାତ କ୍ୟୁ ମୋବାଇଲ୍‌ ସେଟ୍‌ ମଧ୍ୟ ମିଳିଛି। ତା ସହିତ ଗାର୍ମିନ ହେଣ୍ଡଲ୍ଡ ଜିପିଏସ୍ ସିଷ୍ଟମ ଏବଂ ପାକିସ୍ତାନ ତିଆରି ହେଣ୍ଡଲ୍ଡ ୱାର୍‌ଲେସ୍ ସେଟ୍ ମଧ୍ୟ ଜବତ ହୋଇଛି। ଜୈଶ-ଇ-ମୋହମ୍ମଦର ଏହି ଆତଙ୍କୀମାନେ ୨୬/୧୧ ବର୍ଷ ପୂର୍ତ୍ତି ଅବସରରେ ବଡ଼ ଆକ୍ରମଣ କରିବାରେ ଯୋଜନା କରିଥିଲେ।

 

You might also like