ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା

ନୂଆଦିଲ୍ଲୀ : ଜାତିସଂଘରେ ଭାରତର ବଡ଼ କୁଟନୈତିକ ବିଜୟ। ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛି ମିଳିତ ଜାତିସଂଘର ସୁରକ୍ଷା ପରିଷଦ। ଚୀନ୍‌ ପ୍ରତିବନ୍ଧକ ହଟାଇବା ପରେ ଜୈସ୍‌ ମୁଖ୍ୟ ମାସୁଦକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି।

ଏହାକୁ ନେଇ ଭାରତ ଜାତିସଂଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛି। ପୂର୍ବରୁ ଚୀନ ୪ଥର ଭିଟୋ ପ୍ରୟୋଗ କରି ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରୁ ରକ୍ଷା କରିଥିଲା। ଭାରତ ସହ ଆମେରିକା, ଫ୍ରାନ୍ସ, ବ୍ରିଟେନ ଭଳି ଦେଶ ମାସୁଦ ନେଇ ନିଷ୍ପତ୍ତି ବଦଳାଇବାକୁ ଚୀନ୍‌ ଉପରେ ଚାପ ପକାଇଥିଲେ। ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ପରେ ଶେଷଥର ଲାଗି ମାସୁଦ୍ ଆଝାରକୁ ଅର୍ନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା ଲାଗି ମିଳିତ ଜାତିସଂଘରେ ପ୍ରସ୍ତାବ ଆସିଥିଲା।

ତେବେ ଚୀନ୍ ଭିଟୋ ପ୍ରୟୋଗ କରି ଏହାକୁ ରୋକିଥିଲା। ମାସୁଦ ପାକିସ୍ତାନରେ ଜୈସ-ଏ-ମହମ୍ମଦ ନାମକ ଆତଙ୍କବାଦୀ ସଂଗଠନ ଚଳାଇଛି।

 

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like