କରୋନା ମୁକାବିଲାରେ ଭୁଲି ହେବନି ମାସ୍କର ଭୂମିକା

ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସବୁଠାରୁ ବଡ ଅସ୍ତ୍ର ସାଜିଛି  ସଚେତନତା। ଏଇ ସଚେତନତାର ପ୍ରଥମ ସୋପାନ ହେଉଛି ମାସ୍କ। ଆଜିଠୁ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ମାସ୍କ ସପ୍ତାହ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO,  ଆଫ୍ରିକାର ସିଡିଏସ୍, ଫେସ୍‌ବୁକ୍, ଗୁଗଲ, ଗ୍ଲୋବାଲ ସିଟିଜେନ୍ ଭଳି ୪୦ରୁ ଅଧିକ ସଂଗଠନ ପକ୍ଷରୁ ପାଳନ କରାଯାଉଛି ବିଶ୍ୱ ମାସ୍କ ସପ୍ତାହ ।

ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଏହି କାର୍ଯ୍ୟକ୍ରମ କରାଯିବ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ମାସ୍କ ସପ୍ତାହ ପାଳନ କରାଯାଉଛି । ବିଶ୍ୱରେ କରୋନା ଏବେ ଖୀପ୍ର ଗତିରେ ମାଡ଼ି ଚାଲିଥିବା ବେଳେ ଏହାକୁ ରୋକିବାକୁ ହେଲେ ମାସ୍କ ପିନ୍ଧିବା ଜରୁରୀ ଅଟେ ।

କରୋନା ଟିକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶ  ଜୋରସୋର ଉଦ୍ୟମ କରୁଥିବା ବେଳେ ସଂକ୍ରମଣ ରୋକିବା ଲାଗି ଏବେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ହୋଇପଡ଼ିଛି । ଆଉ ଯେଉଁଠାରେ ସାମାଜିକ ଦୂରତା ବଜାୟ ରଖାଯାଇପାରୁନି ସେପରି ଜାଗାରେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। ସେହିପରି  ସର୍ବସାଧାରଣ ସ୍ଥାନରେ  ମାସ୍କ ପିନ୍ଧିବା ନିହାତି ଜରୁରୀ ହୋଇପଡ଼ିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ମାସ୍କ ସପ୍ତାହ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like