ପୁଣି ମଙ୍ଗଳ ଗ୍ରହକୁ ପର୍‌ସେଭରେନ୍ସ ରୋଭର୍ ପଠାଇଲା ନାସା

ୱାଶିଂଟନ: ପୃଥିବୀ ବାହାରେ ଜୀବନ ଖୋଜିବାକୁ ପୁଣି ମଙ୍ଗଳ ଗ୍ରହ ଅଭିମୁଖେ ରୋଭର୍ ପଠାଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଫ୍ଲୋରିଡ଼ା କେପ୍ କାନାଭେରାଲ୍‌ରୁ ଆଟଲାସ୍-ଭି ରକେଟ୍ ସାହାଯ୍ୟରେ ରୋଭର୍ ପର୍‌ସେଭରେନ୍ସର ଉତ୍‌କ୍ଷେପଣ ହୋଇଛି। ଏହି ବହୁ ଆକାଂକ୍ଷିତ ଉତ୍‌କ୍ଷେପଣ ସଫଳ ହୋଇଥିବା ନାସା ପକ୍ଷରୁ କୁହାଯାଇଛି।

ସବୁ କିଛି ଯୋଜନା ମୁତାବକ ହେଲେ, ଆସନ୍ତା ବର୍ଷ ଫେବୃଆରୀ ୧୮ ତାରିଖରେ ମଙ୍ଗଳ ଗ୍ରହରେ ପହଞ୍ଚିବ ରୋଭର୍ ପର୍ସେଭରେନ୍ସ। ଏହି ରୋଭର୍ ମଙ୍ଗଳ ପୃଷ୍ଠରେ ଗଡ଼ିବ, ଏବଂ ବିଭିନ୍ନ ସ୍ଥାନରୁ ମାଟି ନମୁନା ସଂଗ୍ରହ କରିବ। ଏବଂ ଅଣୁଜୀବର ସ୍ଥିତି ସନ୍ଧାନ କରିବ। ଏଥିସହ ମଙ୍ଗଳ ଆକାଶରେ ହେଲିକପ୍ଟର ଡ୍ରୋନ୍ ଉଡ଼ାଇବ  ଯୋଜନା ସଫଳ ହେଲେ ଅନ୍ୟ ଗ୍ରହରେ ଡ୍ରୋନ୍ ଉଡ଼ାଇବାରେ ଏହା ପ୍ରଥମ ଅଭିଯାନ ହେବ।

ପୂର୍ବରୁ ନାସା ପ୍ରେରିତ କ୍ୟୁରିଓସିଟି ରୋଭର୍ ଏବେ ମଙ୍ଗଳ ପୃଷ୍ଠରେ ପ୍ରାୟ ୨୩ କିଲୋମିଟର ଯାତ୍ରା କରିସାରିଛି। ଏବଂ ତାହା ଏବେ ମଧ୍ୟ କାର୍ଯ୍ୟକ୍ଷମ ଅଛି। ଗତ ସପ୍ତାହରେ ଚୀନ ମଧ୍ୟ ପ୍ରଥମ ଥର ପାଇଁ ମଙ୍ଗଳକୁ ରୋଭର୍ ପଠାଇସାରିଛି।

You might also like