ଲକଡାଉନରେ ବିବାହ କଲେ ମିଳିବନି ବିବାହ ପ୍ରମାଣପତ୍ର

କରୋନା ପାଇଁ କଠୋର କଟକଣା  

ଉଜ୍ଜୟନୀ : ଲକଡାଉନରେ ବିବାହ କଲେ ବିବାହ ପ୍ରମାଣପତ୍ର ମିଳିବ ନାହିଁ । ସଂକ୍ରମଣ ବଢ଼ୁଥିବା ବେଳେ ବିବାହ ଉତ୍ସବର ଆୟୋଜନ କରିବା ଅର୍ଥ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ କରିବା । ଲକଡାଉନ ସମୟରେ ମଧ୍ୟ କଟକଣା ନମାନି ବିବାହ ଉତ୍ସବର ଆୟୋଜନ କରୁଥିବା ଖବର ଆସିବା ପରେ ଆକ୍ସନରେ ପ୍ରଶାସନ । ମଧ୍ୟପ୍ରଦେଶ ଉଜ୍ଜୟନୀରେ ଲକଡାଉନରେ ହେଉଥିବା ବିବାହ ପାଇଁ କେଠାର କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ । ଲକଡାଉନରେ ବିବାହ କରାଇଲେ ବିବାହ ପ୍ରମାଣ ପତ୍ର ମିଳିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି ।

ଉଜ୍ଜୟନୀରେ କରୋନା ଚେନକୁ ଭାଙ୍ଗିବା ପାଇଁ ଜନତା କର୍ଫ୍ୟୁ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିଲେ ସୁଦ୍ଧା ଏହାରି ଭିତରେ ଅନେକ ଗାଁରେ ବିବାହ କାର୍ଯ୍ୟ ଜୋରସୋରରେ ଚାଲିଛି । ସଂକ୍ରମଣ ବଢ଼ୁଥିଲେ ବି ସଚେତନ ହେଉନାହାନ୍ତି ଲୋକେ । ବିବାହରେ ଅନେକ ଲୋକ ଯୋଗ ଦେଉଥିବାରୁ ସଂକ୍ରମଣ ମଧ୍ୟ ଦ୍ୱିିଗୁଣିତ ହେଉଛି । ନିୟମ ଉଲ୍ଲଙ୍ଘନ କରି ବିବାହ କର୍ଯ୍ୟ ଅନୁଷ୍ଠିତ ହେଉଛି । ଉଜ୍ଜୟନୀ ଜିଲ୍ଲାପାଳ କହିଛନ୍ତି, ବଡନଗରର ଜଣେ ସରପଞ୍ଚଙ୍କ ଘରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପଦରୁ ବରଖାସ୍ତ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ମେ ୫ ପର ଠାରୁ ହୋଇଥିବା ବିବାହର ରେଜିଷ୍ଟ୍ରେସନ୍ କରାଯିବ ନାହିଁ କିମ୍ବା ସେମାନଙ୍କୁ ବିବାହ ପ୍ରମାଣ ପତ୍ର ପ୍ରଦାନ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ଯେଉଁ ମାନଙ୍କର ବିବାହର ପ୍ରମାଣ ପତ୍ର ଆସିଯାଇଛି, ସେଗୁଡ଼ିକ ରଦ୍ଦ କରିଦଆଯିବ । ଏଥିପାଇଁ ସମସ୍ତ ପଞ୍ଚାୟତକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ବଡ଼ନଗର ତହସିଲରେ ବିବାହ ନକରାଇବା ପାଇଁ କଡ଼ା କଟକଣା ଜାରି ହୋଇଥିଲେ ସୁଦ୍ଧା ସରପଞ୍ଚ ତାଙ୍କ ଦୁଇ ଝିଅର ବିବାହ କରାଇଥିଲେ । ବଡ଼ ଆକାରରେ ଆୟୋଜନ ହୋଇଥିଲା ବିବାହ ଉତ୍ସବ । ବିବାହରେ ଅନେକ ଲୋକ ଠୁଳ ହୋଇଥିଲେ । ସେପଟେ ଉଜ୍ଜୟନୀରେ ରବିବାର ଦିନ ବୃହଷ୍ପତି ଭଗବନରେ ଜିଲ୍ଲା ସ୍ତରୀୟ କ୍ରାଇସିସି ମ୍ୟାନେଜମେଣ୍ଟ୍ କମିଟି ବୈଠକ ବସିଥିଲା । କୋଭିଡ ପ୍ରଭାରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ବୈଠକରେ କରୋନା ସଂକମଣକୁ ରୋକିବା ପାଇଁ ଜନତା କର୍ଫ୍ୟୁ ଅବଧିକୁ ମେ ୩୧ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା ।

You might also like