ଅଦୃଶ୍ୟ ଭାଇରସ୍ ପାଇଁ ଆଇସିୟୁରେ ସ୍ୱାମୀସ୍ତ୍ରୀ : ହସ୍ପିଟାଲ ବେଡରେ ୨୧ ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି

ଗାଜିଆବାଦ : ମନୋବଳ ବଢାଇବ ସକାରାତ୍ମକ ମହୋଲ । କୋଭିଡ ହସ୍ପିଟାଲର ଆଇସିୟୁ ବେଡ ଚାରିପଟେ ଲାଗିଥିଲା ବେଲୁନ୍‌, ସାମ୍ନାରେ ଥିଲା ବିରାଟ କେକ୍ । ସଂକ୍ରମଣର କଷ୍ଟକୁ ଭୁଲି ୨୧ ତମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି । ସାରା ଦେଶରେ ଜାରି ରହିଛି କରୋନା କହର । ମନରେ ସବୁବେଳେ ସଂକ୍ରମଣ ଭୟ । ହସ୍ପିଟାଲେ ଯିବା ପାଇଁ ବି ଭୟ କରୁଛନ୍ତି ଲୋକେ । ଆଉ ଏହାରି ଭିତରେ ଉତ୍ତରପ୍ରଦେଶ ଗାଜିଆବାଦର ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା କେରାନା ସଂକ୍ରମିତଙ୍କ ମନରେ ସକରାତ୍ମକ ଭାବନା ଆଣିବା ସହ ମନୋବଳ ବଢ଼ାଇବ ନିଶ୍ଚୟ ।

ଗାଜିଆବାଦ ଇନ୍ଦିରାପୁର ସ୍ଥିତ ସ୍ପର୍ଶ ମେଡିକେୟାର ହସ୍ପିଟାଲର କରୋନା ଆଇସିୟୁ ବେଡରେ ହୃଦୟ ଜିତିଲା ପରି ଚ୍ରିତ ଦେଖିବାକୁ ମିଳିଛି । ହସ୍ପିଟାଲର ଡାକ୍ତରୀ ଟିମ୍ ଓ ଅନ୍ୟ ସମସ୍ତ ସହକର୍ମୀ ମିଶି କରୋନା ୱାର୍ଡରେ ଭର୍ତ୍ତି ଥିବା କରୋନା ସଂକ୍ରମିତ ସ୍ୱାମୀ ସ୍ତ୍ରୀଙ୍କ ବିବାହ ବାର୍ଷିିକୀକୁ ଧୁମଧାମରେ ପାଳନ କରିଛନ୍ତି । ଏହି ଅବସରରରେ କେକ୍ ମଧ୍ୟ କଟାଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏପରି ପ୍ରୟାସ ରୋଗୀଙ୍କ ମନୋବଳ ବଢ଼ାଇବ ବୋଲି ଆଶା କରାଯାଉଛି । ହସ୍ପିଟାଲର ବେଡରେ ବିବାହ ବାର୍ଷିିକୀ ପାଳନ କରି କରୋନା ସଂକ୍ରମିତ ସ୍ୱାମୀସ୍ତ୍ରୀ ବେଶ୍ ଖୁସି ଥିବା ଜଣାପଡ଼ିଛି ।

ସ୍ପର୍ଶ ମେଡିକେୟାର ହସ୍ପିଟାଲର ଏମଡି ସନ୍ଧ୍ୟା ସିହ୍ନା କହିଛନ୍ତି, ଇନ୍ଦିରାପୁର ନିବାହୀ ୪୭ ବର୍ଷୀୟ ଗଜେନ୍ଦ୍ର ଚୌଧୁରୀ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେବୀ (ବୟସ ୪୫ ବର୍ଷ) କରୋନା ସଂକ୍ରମିତ ହୋଇ ମେ ୧ ତାରିଖରେ ହସ୍ପିଟାଲରେ ଭର୍ତ୍ତିି ହୋଇଛନ୍ତି । ଲକ୍ଷ୍ମୀ ଦେବୀଙ୍କ ଏବେ ସୁସ୍ଥ ହୋଇ ସାରିଥିବା ବେଳ ଗଜେନ୍ଦ୍ରଙ୍କ ଚିକିତ୍ସା ଜାରି ରହିଛି । ଖୁବ ଶୀଘ୍ର ତୋଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ତେବେ ଆଜି ତାଙ୍କର ବିବାହ ବାର୍ଷିକୀ ବୋଲି ଜାଣିବାକୁ ପାଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଫଳରେ ଉଭୟଙ୍କୁ ବାହବାର୍ଷିକୀକୁ ସବୁଦିନ ସ୍ମୁତିରେ ରଖିବାକୁ ତାଙ୍କୁ ନଜଣାଇ ଏକ ଆୟୋଜନ କରିଥିଲେ । କେକ କାଟିବା ସମୟରେ ଉଭୟେ ଭାବୁକ ହୋଇଯାଇଥିବା କହିଛନ୍ତି ଏମଡି ।

You might also like