ତୀବ୍ର ହେଉଛି ମରାଠା ଆନ୍ଦୋଳନ: ମୁମ୍ବାଇ ବନ୍ଦ

ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍‌ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍‌ ଓ ବସ୍‌ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି।

ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ ବନ୍ଦ କରିଥିଲେ। ସେହିପରି ଆନ୍ଦୋଳନକାରୀମାନେ ଇଷ୍ଟର୍ଣ୍ଣ ଏକ୍ସପ୍ରେସେୱେ ବନ୍ଦ ରଖିବା ଫଳରେ ମୁମ୍ବାଇର ଟ୍ରାଫିକ୍ ସେବା ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ବସ୍‌ ଭଙ୍ଗାରୁଜା କରିଥିବା ମଧ୍ୟ ସୂଚନା ମିଳିଛି। ଗତକାଲି ଏଇ ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀଙ୍କ ସହ ପୁଲିସର ସଙ୍ଘର୍ଷ ଫଳରେ ଜନେ କନେଷ୍ଟବଲଙ୍କ ମୃତ୍ୟୁ ହେବା ସହ ଅନ୍ୟ ୯ ଜଣ ଆହତ ହୋଇଥିଲେ। ମହାରାଷ୍ଟ୍ର ଜନସଂଖ୍ୟାର ପ୍ରାୟ ୩୦ପ୍ରତିଶତ ମରାଠା ହୋଇଥିଲେ ମଧ୍ୟ ସେମାନଙ୍କୁ ସଂରକ୍ଷଣ ଦିଆଯାଉନାହିଁ। ତେଣୁ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ସେପଟେ ଅନ୍ୟ ଏକ ସଙ୍ଗଠନ ସକଲ ମରାଠା ସମାଜ ପକ୍ଷରୁ ମଧ୍ୟ ଆଜି ବନ୍ଦ ପାଳନ କରାଯାଉଛି।

ଆହୁରି ପଢ଼ନ୍ତୁ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

You might also like