ଛତିଶଗଡ଼ରେ ମାଓ ଆତଙ୍କ; ଗୋଟିଏ ଗାଡ଼ି, ୩ଟି ମେସିନ୍‌ ଜାଳିଦେଲେ ମାଓବାଦୀ

ସୁକ୍‌ମା: ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓ ଆତଙ୍କ। ରାସ୍ତା ନିର୍ମାଣ କାମରେ ବ୍ୟବହୃତ ଗୋଟିଏ ଗାଡ଼ି ଓ ୩ଟି ମେସିନ୍‌କୁ ମାଓବାଦୀମାନେ ଜାଳି ଦେଇଛନ୍ତି। ଗୋଲାପାଲ୍ଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

ଗୋଲାପାଲ୍ଲି ଗାଁରୁ କୋଣ୍ଟା ସହରକୁ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀମାନେ ଏଭଳି ଆତଙ୍କ ଖେଳାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ଗ୍ରୁପ୍‌ ସେଠାରେ ପହଞ୍ଚି କାମ କରୁଥିବା ଶ୍ରମିକଙ୍କୁ ସ୍ଥାନ ଛାଡ଼ି ଚାଲି ଯିବାକୁ ଧମକ ଦେଇଥିଲେ। ଏଥିସହ ମାଓବାଦୀମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ୨ଟି ପୋକ୍ଲେନ୍‌ ମେସିନ୍‌, ଗୋଟିଏ ଜେସିବି ମେସିନ ଓ ଗୋଟିଏ ଟ୍ରକ୍‌ ଜାଳି ଦେଇଥିବା ଜଣାପଡ଼ିଛି।

You might also like