ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ୍‌ SIଙ୍କୁ ଅପହରଣ ପରେ ହତ୍ୟା

  • ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ
  • ପ୍ରଥମେ ପୋଲିସ୍‌ SIଙ୍କୁ ଅପହରଣ ଓ ପରେ ହତ୍ୟା
  • ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀମାନେ SIଙ୍କୁ ଅପହରଣ କରି ନେଇଥିଲେ
  • SIଙ୍କୁ ହତ୍ୟା ପରେ ମାଓବାଦୀମାନେ ମୃତଦେହ ଛାଡ଼ି ଚାଲି ଯାଇଥିଲେ
  • ଗତ ୩ ତାରିଖରେ ବିଜାପୁରରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମାନହାସ୍‌ଙ୍କୁ  ଅପହରଣ କରି ନେଇଥିଲେ

ମାଲକାନଗିରି/ବିଜାପୁର: ପୁଣିଥରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ପ୍ରଥମେ ପୋଲିସ୍‌ SIଙ୍କୁ ଅପହରଣ ଓ ପରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ମାଓବାଦୀଙ୍କ ଦ୍ୱାରା ଅପହୃତ ପୋଲିସ୍‌ SI ମୁରଲୀ ତାତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର ହୋଇଛି।

SIଙ୍କୁ ହତ୍ୟା ପରେ ମାଓବାଦୀମାନେ ପ୍ରେସ୍‌ନୋଟ୍‌ ଜାରି କରିଛନ୍ତି।  SI ମୁରଲୀଙ୍କୁ PLGA ଦ୍ୱାରା ହତ୍ୟା କରାଯାଇଥିବା ସ୍ପଷ୍ଟ କରାଯାଇଛି। ପ୍ରେସ୍‌ନୋଟ୍‌ରେ ମାଓବାଦୀମାନେ ଉଲ୍ଲେଖ କରିଛନ୍ତି, ମାଓ ସଙ୍ଗଠନକୁ ଦମନ ପାଇଁ DRGରେ ମୁରଲୀ ତାତି ସାମିଲ ହୋଇ ଅନେକ କ୍ଷତି ପହଞ୍ଚାଇ ଥିଲେ। ତେଣୁ ପ୍ରଜକୋର୍ଟରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। SIଙ୍କୁ ହତ୍ୟା ପରେ ମାଓବାଦୀମାନେ କୁସୁମପାରା ନିକଟରେ ତାଙ୍କ ମୃତଦେହ ଛାଡ଼ି ଚାଲି ଯାଇଥିଲେ।

ଗତ ୨୧ ତାରିଖ ଅପରାହ୍ଣ ୪ଟା ସମୟରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀମାନେ SI ମୁରଲୀଙ୍କୁ ଅପହରଣ କରିନେଇଥିଲେ। ଯବାନ ଜଣକ ଛୁଟିରେ ଘରକୁ ଯାଇଥିଲେ। ମେଳା ଦେଖିବାକୁ ମୁରଲୀ ତାତି ପାଲନାର ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ମୁରଲୀ ତାତିଙ୍କୁ ମୁକ୍ତ କରିବାକୁ ଗଣ୍ଡୱାନା ସମାଜ ଅଣ୍ଟା ଭିଡିଥିଲା। ଏହାସହ ସ୍ୱାମୀଙ୍କୁ ମୁକ୍ତ କରିବାକୁ ମଧ୍ୟ ଗୁହାରି କରିଥିଲେ SI ମୁରଲୀ ତାତିଙ୍କ ପତ୍ନୀ ।

ପୋଲିସ SI ଭାବେ ମୁରଲୀ ତାତି ଜଗଦଲପୁରରେ କାର୍ଯ୍ୟରତ ଥିଲେ। ।

ଗତ ୩ ତାରିଖରେ ବିଜାପୁରରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟଣା ପରେ ଯବାନ ରାକେଶ୍ୱର ସିଂ ମାନହାସ୍‌ଙ୍କୁ  ମାଓବାଦୀମାନେ ଅପହରଣ କରି ନେଇଥିଲେ। ୫ ଦିନ ଲାଲ୍‌ବାହିନୀଙ୍କ କବଳରେ ରହିବା ପରେ ଏପ୍ରିଲ ୮ରେ ରାକେଶ୍ୱର ମୁକୁଳିଥିଲେ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମଧ୍ୟସ୍ଥି ଏବଂ ସାମ୍ବାଦିକଙ୍କ ହାତରେ ରାକେଶ୍ୱରଙ୍କୁ ଛାଡ଼ିଥିଲେ ମାଓବାଦୀ।

You might also like