ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କଲା ପୁଲିସ୍‌

ରାୟପୁର: ଛତିଶଗଡ଼ ପୁଲିସ୍‌ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି।

ମିଳିଥିବା ସୂଚନା ଅନୁସାରେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ୨୩୧ ବାଟାଲିୟନର କ୍ୟାମ୍ପ୍‌ ଠାରୁ ମାତ୍ର ୪ଶହ ମିଟର ଦୂରରେ ଏକ ଆଇଇଡି ପ୍ଲାଣ୍ଟ୍‌ କରାଯାଇଥିଲା। ଆଉ ଟାର୍ଗେଟ୍‌ରେ ଥିଲା ଏହି କ୍ୟାମ୍ପ। ହେଲେ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ପୁଲିସ୍‌ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍‌ପିଏଫ୍‌ର ଏହି କ୍ୟାମ୍ପ  ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍‌ରେ ଅବସ୍ଥିତ।

ପୁଲିସ୍‌ ଦୁଇଟି ଶକ୍ତିଶାଳୀ ଆଇଇଡିକୁ ଅକାମି କରିବାରେ ସଫଳ ହୋଇଛି। ଗୋଟିଏର ଓଜନ ୨କେଜି ଏବଂ ଅନ୍ୟଟି ୫ କେଜି ବିଶିଷ୍ଟ ଥିଲା ବୋଲି ଜଣାପଡ଼ିଛି। ଯାହାକି ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି।

You might also like