ଭାରତ ସମେତ ବିଭିନ୍ନ ଦେଶରେ ଦୃଶ୍ୟମାନ ହେଲା ଆଂଶିକ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ: ଭାରତ ସମେତ ପୃଥିବୀର ବିଭିନ୍ନ ଦେଶରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଛି। ଗୁରୁ ପୂର୍ଣ୍ଣିମାରେ ପ୍ରାୟ ତିନି ଘଣ୍ଟା ଧରି ଆଂଶିକ ଚନ୍ଦ୍ରଗ୍ରହଣ ହୋଇଥିଲା। ରାତି ୧ଟା ୩୧ ମିନିଟ୍‌ରୁ ଗ୍ରହଣ ଆରମ୍ଭ ହୋଇ ଭୋର୍ ୪ଟା ୨୯ ପର୍ଯ୍ୟନ୍ତ ରହିଥିଲା।

ରାତି ୩ଟାରେ ଏହା ସର୍ବାଧିକ ୬୫ ପ୍ରତିଶତ ଗ୍ରାସ କରିଥିଲା। ଗତକାଲିର ଚନ୍ଦ୍ର ଗ୍ରହଣ ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଥିଲା। ଏହାପରେ ୨୦୨୧ ମେ ୨୬ରେ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ହେବ।  ଚନ୍ଦ୍ର ଗ୍ରହଣକୁ ବୈଜ୍ଞାନିକମାନେ ଏକ ମହାଜାଗତିକ ସଂଯୋଗ କହୁଥିବା ବେଳେ ଜ୍ୟୋର୍ତିବିଦ ମାନେ ପାକ୍‌ ତ୍ୟାଗ ଓ ଦେବନୀତି ନିଷେଦ୍ଧ ଉପରେ ଗୁରୁତ୍ୱ ଦେଇଥିଲେ।

You might also like