ଜେଲରୁ ମୁକୁଳିଲେ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ: ୩ ବର୍ଷ ପୂର୍ବରୁ ଜେଲରୁ ମୁକୁଳିଲେ ବହୁଚର୍ଚ୍ଚିତ ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡ ମୁଖ୍ୟ ଦୋଷୀ ମନୁ ଶର୍ମା। ମଡେଲ ଜେସିକା ଲାଲ୍ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିବା ମନୁ ଶର୍ମା ତିହାର ଜେଲ୍‌ରୁ ବାହାରିଛନ୍ତି।

ଦିଲ୍ଲୀ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ସୁପାରିଶକୁ ଉପରାଜ୍ୟପାଳ ମଞ୍ଜୁରୀ ଦେବା ପରେ ମନୁ ଶର୍ମା ୩ ବର୍ଷ ପୂର୍ବରୁ ଜେଲରୁ ବାହାରିଛନ୍ତି। ମନୁଙ୍କ ସହ ଅନ୍ୟ ୧୮ ଜଣ ମଧ୍ୟ ସଜା ସରିବା ପୂର୍ବରୁ ମୁକୁଳିଛନ୍ତି।

ଗତ ମାସ ସମୀକ୍ଷା ବୈଠକରେ ବୋର୍ଡ ମନୁ ଶର୍ମାଙ୍କ ସହ ଅନ୍ୟ ୧୮ ଜଣଙ୍କୁ ଦଣ୍ଡାଦେଶ ସମୟସୀମା ପୂର୍ବରୁ ମୁକୁଳାଇବା ପାଇଁ ଉପରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ।

୧୯୯୯ ଏପ୍ରିଲ୍ ୩୦ରେ ଦିଲ୍ଲୀର ଏକ ମଡେଲ୍ ଜେସିକା ଲାଲ୍‌ଙ୍କୁ ହତ୍ୟା କରିଥିଲେ ମନୁ ଶର୍ମା। ଏହି ହତ୍ୟା ମାମଲାରେ ୨୦୦୬ରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଦୀର୍ଘ ୧୭ ବର୍ଷ ହେଲା ତିହାର ଜେଲରେ ସଜା କାଟୁଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁଅ ମନୁ ଶର୍ମା।

You might also like