ସୀମାରେ ସବୁ ପରିସ୍ଥିତି ପାଇଁ ସଜାଗ ସେନା
ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବଡ଼ ବିପଦ, ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି ମନ୍ତବ୍ୟ ଦେଲେ ସେନା ମୁଖ୍ୟ
- ପାକ-ଚୀନ ଯୁବଳବନ୍ଦୀ ଦେଶ ପାଇଁ ବିପଦ
- ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟରେ
- ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଭାରତୀୟ ସେନା ପ୍ରସ୍ତୁତ
- ଆମେ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ, କହିଲେ ସେନା ମୁଖ୍ୟ ନରଓ୍ୱାଣେ
ନୂଆଦିଲ୍ଲୀ : ଭାରତୀୟ ସେନା କେବଳ ପୂର୍ବ ଲଦାଖରେ ନୁହେଁ ଉତ୍ତର ସୀମାରେ ମଧ୍ୟ ହାଇ ଆଲର୍ଟ ଅଛନ୍ତି । ପ୍ରତ୍ୟେକ ଚ୍ୟାଲେଞ୍ଜର ମୁକାବିଲା କରିବାକୁ ସେନା ପ୍ରସ୍ତୁତ ରହିଛି । ସେନାର ବାର୍ଷିକ ପ୍ରେସମିଟରେ ଜେନେରାଲ ଏମ୍ଏମ୍ ନରଓ୍ୱାଣେ କହିଛନ୍ତି, ୨୦୨୦ ଦେଶ ପାଇଁ ବଡ଼ ଚାଲେଞ୍ଜ ଥିଲା । ଚାଇନା ସହିତ ୮ ଥର ଭାରତର କମାଣ୍ଡର ସ୍ତରୀୟ ଆଲୋଚନା ହୋଇସାରିଛି । ନବମ ପର୍ଯ୍ୟାୟ ଆଲୋଚନାକୁ ଅପେକ୍ଷା କରାଯାଇଛି । ଉତ୍ତରାଞ୍ଚଳ ସୀମାରେ ସୀମା ବିବାଦ ଜାରି ରହିଥିବା ବେଳ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରାଯାଉଛି । ତେବେ ପ୍ରେସମିଟରେ ପାକିସ୍ତାନ ଏବଂ ଚାଇନାକୁ ଚରମବାଣୀ ଶୁଣାଇଛନ୍ତି ନରଓ୍ୱାଣେ।
Pakistan and China together form a potent threat and the threat of collusivity cannot be wished away: Army Chief MM Naravane https://t.co/VrxrifD6oH
— ANI (@ANI) January 12, 2021
Pakistan and China together form a potent threat and the threat of collusivity cannot be wished away: Army Chief MM Naravane https://t.co/VrxrifD6oH
— ANI (@ANI) January 12, 2021
ପାକିସ୍ତାନ ଓ ଚୀନର ଯୁବଳବନ୍ଦୀ ଦେଶ ପାଇଁ ବିପଦ । ପାକିସ୍ତାନ ଏବଂ ଚୀନ୍ ମିଳିତ ଭାବେ ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଚଳାଇଛନ୍ତି । ପାକିସ୍ତାନ ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ବେଳେ ଭାରତ କିନ୍ତୁ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଅବଲମ୍ବନ କରେ । ପାକିସ୍ତାନ ଏବଂ ଚୀନର ମିଳିତ ଷଡ଼ଯନ୍ତ୍ର ଓ ଦୂରଭିସନ୍ଧିକୁ ଏଡ଼ାଯାଇ ନପାରେ । ଆଉ ସେଥିପାଇଁ ଲଦାଖ ଓ ଉତ୍ତର ସୀମାରେ କଡ଼ା ମୁକାବିଲା ପାଇଁ ପ୍ରସ୍ତୁତ ଭାରତୀୟ ସେନା ।
Pakistan and China together form a potent threat and the threat of collusivity cannot be wished away: Army Chief MM Naravane https://t.co/VrxrifD6oH
— ANI (@ANI) January 12, 2021
Pakistan and China together form a potent threat and the threat of collusivity cannot be wished away: Army Chief MM Naravane https://t.co/VrxrifD6oH
— ANI (@ANI) January 12, 2021
ସେନାର ଆନୁଷ୍ଠାନିକ ପରିବର୍ତ୍ତନ ଉପରେ ନେଇ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଯୁଦ୍ଧ ଶକ୍ତିକୁ ବୃଦ୍ଧି କରିବାକୁ ଚେଷ୍ଟା କରାଯାଉଛି । ସେନାକୁ ସଂପୂର୍ଣ୍ଣ ବୈଷୟିକ ପ୍ରଯୁକ୍ତି ଶକ୍ତି ସଂପନ୍ନ କରିବାକୁ ରୋଡମ୍ୟାପ ପ୍ରସ୍ତୁତି ହୋଇଛି । ଭବିଷ୍ୟତରେ ସମ୍ଭାବ୍ୟ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଆମେ ସେନାକୁ ବୈଶ୍ୟିକ ଜ୍ଞାନକୌଶଳର ଶିକ୍ଷା ଦିଆଯାଇଛି । ସେନାର ଆଧୁନିକୀକରଣ ପାଇଁ ଆମେ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଛୁ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଭାରତୀୟ କମ୍ପାନୀଗୁଡିକ ସହିତ ୮୦ ରୁ ୮୫ ପ୍ରତିଶତ ଚୁକ୍ତି ହୋଇଛି।
ହଠାତ୍ କୌଣସି ଅସୁବିଧା ଆସିଲେ ସମସ୍ତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ଭାରତୀୟ ସେନା ସଦାସର୍ବଦା ପ୍ରସ୍ତୁତ ।ଶୀତଦିନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଛି । ଲଦାଖର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସେନା ମୁଖ୍ୟ କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା କରୁଛୁ, ଆକ୍ରମଣର ଯବାବ ଦେବାକୁ ବି ସେନା ସବୁବେଳେ ସଜାଗ ରହିଛି । ସେହିପରି ସୀମାରେ ଅନୁପ୍ରବେଶ ରୋକିବାକୁ ପାଟ୍ରୋଲଂକୁ କଡ଼ାକଡ଼ି କରାଯାଇଛି ।