ଏମ୍ସରେ ପାରିକର

ନୂଆଦିଲ୍ଲୀ: ଅସୁସ୍ଥ ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଦିଲ୍ଲୀ ଏମ୍‌ସରେ ଭର୍ତ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ, ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।

ଅାଗାମୀ ଦିନରେ ଅାଉ ଗୋଅା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପାରିକର, ଶାହଙ୍କୁ ଜଣାଇଥିବାସୂଚନା ମିଳିଛି । ସେପଟେ ପାରିକରଙ୍କ ହାତରେ ଥିବା ବିଭିନ୍ନ ବିଭାଗ ଅନ୍ୟମନ୍ତ୍ରୀଙ୍କୁ ଦିଅାଯିବ ବୋଲି ଗୋଅା ଉପବାଚସ୍ପତି ମାଇକେଲ୍ ଲୋବୋ ସୂଚନା ଦେଇଛନ୍ତି।

 

You might also like