ବିବାହ ପ୍ରୋସେସନରେ PPE କିଟ ପିନ୍ଧି ଧମାକାଦାର ଡ୍ୟାନ୍ସ କଲେ ଯୁବକ, ଭିଡିଓ ଭାଇରାଲ

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନେକ କଟକଣା ଜାରି ହୋଇଛି। କମ ଲୋକଙ୍କୁ ନେଇ ବିବାହ କରିବା ପାଇଁ କଟକଣା ଜାରି କରାଯାଇଛି। ବିବାହ ପ୍ରୋସେସନରେ ମଧ୍ୟ ବହୁତ କମ ଲୋକ ସାମିଲ ହେଉଥିବା ଦେଖିବାକୁ ମିଳିଛି। ବିବାହ ପ୍ରୋସେସନରେ ଜଣେ ଯୁବକ ପିପିଇ କିଟ ପିନ୍ଧି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଆଇପିଏସ ଅଫିସର ଏଚଜିଏସ ଧାଲିୱାଲ ଏହି ଭିଡିଓ ଶେଆର କରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ପିପିଇ କିଟ ପିନ୍ଧି ବିବାହ ପ୍ରୋସେସନରେ ଆସି ବ୍ୟାଣ୍ଡ ବାଜାର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ହଠାତ ତାଙ୍କୁ ଦେଖି ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଆଇପିଏସ ଅଫିସର ଏଚଜିଏସ ଧାଲିୱାଲ ଟ୍ୱିଟରରେ ଏହି ଭିଡିଓ ଶେଆର କରି ଲେଖିଛନ୍ତି, ‘ଜଣେ ଭଲ ବନ୍ଧୁ’. ଏପ୍ରିଲ ୨୯ରେ ସେ ଭିଡିଓଟିକୁ ଶେଆର କରିଥିଲେ। ଏହି ଭିଡିଓ ଉତ୍ତରାଖଣ୍ଡର ବୋଲି ଜଣେ ୟୁଜର କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ମୁତାବକ, ଭିଡିଓରେ ଡ୍ୟାନ୍ସ କରୁଥିବା ଯୁବକ ଜଣଙ୍କ ଆମ୍ବୁଲାନ୍ସ ଡ୍ରାଇଭର। ଯିଏକି ଦିନ ସାରା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥକି ଯାଇଥିଲେ। ତେଣୁ ଥକାପଣ ଦୂର କରିବା ପାଇଁ ସେ ପ୍ରୋସେସନରେ ଡ୍ୟାନ୍ସ କରିଥିଲେ। ହେଲେ  ଏହି ଭିଡିଓ କେଉଁ ଅଞ୍ଚଳର ଓ କେବେ ଏହି ଘଟଣା ଘଟିଥିଲା ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଯୁବକ ଜଣଙ୍କ ନିୟମକୁ ଠିକ ଭାବେ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ସମସ୍ତେ ପ୍ରଂଶସା କରିଛନ୍ତି।


ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି।

You might also like