ବିମାନରେ ଏମିତି ଶୁଖାଇଲେ ଜୋତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଜୋତା ଶୁଖାଇବା ପାଇଁ ଏମିତି ଏକ ପନ୍ଥା ଆପଣାଇଛନ୍ତି, ଯାହା ଆପଣଙ୍କୁ ଅଜବ ଲାଗିବ। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାତ୍ରୀ ଜଣକ ନିଜ ଜୋତା ଶୁଖାଇବା ପାଇଁ ଏୟାର ଭେଣ୍ଟ୍‌ରୁ ବାହାରୁଥିବା ପବନର ବ୍ୟବହାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯାତ୍ରୀଙ୍କ ଜଣକ ସିଟ୍‌ରେ ବସିଛନ୍ତି ଓ ଗୋଟିଏ ହାତରେ ଏକ ଜୋତା ଧରିଛନ୍ତି। ଜୋତାଟିକୁ ସେ ଏୟାର ଭେଣ୍ଟ୍‌(ଯେଉଁଠୁ ଏସିର ପବନ ବାହାରିଥାଏ) ପାଖରେ ଦେଖାଇ ଏହାକୁ ଶୁଖାଉଛନ୍ତି।

ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ ହେବାପରେ କିଛି ଲୋକ ଏହାକୁ ନେଇ ମଜାଳିଆ କମେଣ୍ଟସ୍‌ ଦେଇଥିବାବେଳେ ଆଉ କିଛି ଲୋକ ଏଭଳି ଘଟଣାକୁ ସମାଲୋଚନା କରିଛନ୍ତି।

ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ଲେଖିଛନ୍ତି, “ପୂରା ବିମାନରେ ଆପଣଙ୍କର ଏହି ବାସ୍ନା ଚାରିଆଡ଼େ ଖେଳାଇବା ପାଇଁ ଏହା ଏକ ଉତ୍ତମ ପନ୍ଥା।”

You might also like