ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଭାଇରାଲ

ଜେସିବି ମାଟି ତାଡ଼େ, ଗାତ ଖୋଳେ, ପଥର ତାଡ଼େ, କେତେ କ’ଣ କାମ କରେ। ହେଲେ ଜଣେ ବ୍ୟକ୍ତି ଜେସିବିକୁ ଏମିତି ପ୍ରକାରେ ବ୍ୟବହାର କରିଛନ୍ତି, ଯାହା ଆପଣ କେବେ ଭାବିନଥିବେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

ପିଠି କୁଣ୍ଡାଇ ହେଲେ ଆଉ ନିସ୍ତାର ମିଳିନଥାଏ। ଆଉ ଯଦି ଜୋର୍‌ରେ ପିଠି କୁଣ୍ଡାଇ ହେଉଥିବା, ସେପଟେ ପିଠିକୁ ହାତ ପାଉନଥିବ ଅବସ୍ଥା କଣ ହୁଏ, ଯିଏ ଭୋଗିଛି ସିଏ ଜାଣିଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିଙ୍କ ପିଠି ଜୋରରେ କୁଣ୍ଡାଇ ହେଉଛି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଗାମୁଛା ସାହାଯ୍ୟରେ ପିଠିକୁ ଜୋରରେ କୁଣ୍ଡାଉଛନ୍ତି। ହେଲେ କିଛି କାମ ନ ଦେବା ପରେ, ଶେଷରେ ବ୍ୟକ୍ତି ଜଣକ ସିଧା ଜେସିବି ଆଡ଼େ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଏହାପରେ ଜେସିବି ସାହାଯ୍ୟରେ ପିଠି କୁଣ୍ଡାଉଥିବା ଦେଖିବାକୁ ମିଳିଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଘଟଣା ଯେତିକି ରୋଚକ, ସେତିକି ବିପଜ୍ଜନକ ମଧ୍ୟ। ଏଠି ସାମାନ୍ୟ ଭୁଲ୍ ବି ଘାତକ ହୋଇପାରେ। ଟିକିଏ ନିୟନ୍ତ୍ରଣ ବା ସନ୍ତୁଳନ ବିଗିଡ଼ିଲେ ମଜା… ସଜା ପାଲଟିପାରେ। ଏହାକୁ ଆପଣ ଜୁଗାଡ଼୍ କହିବେ, ନା ବୋକାମୀ ?

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like