ଗୋଟିଏ ଟ୍ୱିଟ ପାଇଁ ଝିଅକୁ ଫେରି ପାଇଲେ ବାପା

ଚନ୍ଦୌଲି:ସୋଶିଆଲ ମିଡିଆ ଲାଗି ଟଳିଗଲା ଏକ ବଡ ବିପଦ। ଅସାମାଜିକଙ୍କ ହାବୁଡରୁ ଉଦ୍ଧାର ପାଇଲେ ନାବାଳିକା । ଗୋଟିଏ ଟୁଇଟ ପାଇଁ ଝିଅକୁ ଫେରି ପାଇଲେ ବାପା। ନହେଲେ ଝିଅର ଜୀବନ ଯେ କ’ଣ ହୋଇଥାନ୍ତା ! ସୋଶିଆଲ ମିଡିଆକୁ ନେଇ ଅନେକଙ୍କ ମନରେ ନକାରାତ୍ମମ ଚିନ୍ତାଧାରା ଥିବାବେଳେ ଏହି ଘଟଣା ସେମାନଙ୍କୁ ଆଉ ଥରେ ଭାବିବା ପାଇଁ ବାଧ୍ୟ କରିବ। ଗୌହାଟିର ଏଇ ନାବାଳିକାଙ୍କୁ କାମାକ୍ଷ ଏକ୍ସପ୍ରେସରେ ଅପହରଣ କରି ନେଇ ଯାଉଥିଲେ ।  ହେଲେ ଉତ୍ତରପ୍ରଦେଶର ଚନ୍ଦୌଲିରେ ଦୀନଦୟାଲ ଉପାଧ୍ୟାୟ ଜଙ୍କଶନ୍‌ରେ ପୋଲିସ ହଠାତ୍‌ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଛି।

ଝିଅକୁ କିଡ୍‌ନାପ କରି ନେଉଥିବା ଖବର ଜାଣି ରେଳ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଟ୍ୱିଟ କରି ସହାୟତା ମାଗିଥିଲେ ଝିଅର ବାପା। ଟ୍ୱିଟ ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ରେଳ ବିଭାଗ ପକ୍ଷରୁ। ଦୀନ ଦୟାଲ ଉପାଧ୍ୟାୟ ଜଙ୍କଶନ୍‌ରେ ରେଲୱେ ସୁରକ୍ଷା ବଳର ମେରୀ ସହେଲି ଟିମ୍‌ ସକ୍ରିୟ ହୋଇଥିଲା। ଟିମ୍‌ ସେହି ବଗିରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ପ୍ରକୃତ ଘଟଣା ଥିଲା ଏମିତି। ମାର୍ଚ୍ଚ ୧୯ ତାରିଖ ରେଳ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଟୁଇଟ କରି ନାବାଳିକାଙ୍କ ପିତା ସୂଚନା ଦେଇଥିଲେ, ଗାଡି ସଂଖ୍ୟା ୦୨୫୪୯ ଅପ୍‌ (କାମାକ୍ଷା-ଆନନ୍ଦ ବିହାର ଏକ୍ସପ୍ରେସ)ରେ ତାଙ୍କର ୧୫ ବର୍ଷର ଝିଅକୁ ପ୍ରଲୋଭିତ କରି ଜଣେ ମହିଳା ନେଇ ଯାଉଛନ୍ତି। ଟୁଇଟ ପାଇବା ପରେ ରେଳ ମନ୍ତ୍ରାଳୟ ଜିଆରପି, ଆରପିଏଫ, ଏସଆଇବି ସମେତ ମେରୀ ସହେଲି ଟିମ୍‌ ସକ୍ରିୟ ହୋଇ ଯାଇଥିଲେ।

ଏହି ଟିମ୍‌ ଚଢଉ କରିବା ପରେ ନାବାଳିକା S-5ରେ ଥିବା ସୂଚନା ମିଳିଥିଲା। ପଚରାଉଚରା ପରେ ନାବାଳିକା ନିଜକୁ ଗୁହାଟି ନିବାସୀ ବୋଲି କହିଥିଲେ। ପରିଚୟ ଜଣାପଡ଼ିବା ପରେ ରେଲୱେ ସୁରକ୍ଷା ଟଇମ୍‌ର ମେରୀ ସହେଲି ଟିମ୍‌ ସହଯୋଗରେ ନାବାଳିକାକୁ  ଉଦ୍ଧାର କରାଯାଇଥିଲା। ତୁରନ୍ତ ତାଙ୍କ ବାପାଙ୍କୁ ଏ ନେଇ ସୂଚନା ଦିଆଯାଇଥିଲା। ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରି ଥିବାରୁ ଆରପିଏଫ ଏବଂ ଜିଆରପିଙ୍କୁ ଧନ୍ୟବାଦ ଦେଇଥିଲେ।

You might also like