ମୁମ୍ବାଇରୁ ଆଲାହାବାଦ-ରାସ୍ତା ଖର୍ଚ୍ଚ ୩ ଲକ୍ଷ !

ମୁମ୍ବଇ: କରୋନା ଭାଇରସର ସଂକ୍ରମଣରୁ ମୁକ୍ତି ପାଇଁ ସାରା ଦେଶ ଆଜି ଲକ୍‌ଡାଉନ୍‌। ପ୍ରଥମେ ୨୧ ଦିନଆ ଲକ୍‌ଡାଉନ୍‌, ତା’ପରେ ଏହାର ଅବଧି ବୃଦ୍ଧି ପାଇ ଘୁଞ୍ଚିଲା ମେ’ ୩ ତାରିଖକୁ। ଦେଶବାସୀଙ୍କ ସୁରକ୍ଷା ପାଇଁ ଏହି ଲକ୍‌ଡାଉନ୍‌‌ର ଆବଶ୍ୟକତାକୁ ଏଡାଇ ଦେଇ ହେବନି। କିନ୍ତୁ ଲକଡାଉନ୍‌ରେ ଶ୍ରମିକ, ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ଅସ୍ୱିକାର କରି ହେବନି। ଏପରିକି ନିଜର କର୍ମସ୍ଥଳରୁ ଘରକୁ ଫେରିବା ପାଇଁ ଲୋକେ ନିଜର ସବୁ ସଞ୍ଚିତ ଅର୍ଥ ବି ସାରି ଦେଉଛନ୍ତି। ଏମିତି ଏକ….. କାହାଣୀ, ଯିଏ ଲକ୍‌ଡାଉନ୍‌ ସମୟରେ ମୁମ୍ବଇରୁ ନିଜ ଘର ୟୁପିର ଆଲାହାବାଦ ଆସିବାକୁ ଖର୍ଚ୍ଚ କରିଛି ୩ ଲକ୍ଷ ଟଙ୍କା।
ଜଣାଯାଇଛି, ଆଲାହାବଦରେ ରହୁଥିବା ପ୍ରେମ ମୂର୍ତ୍ତି ପାଣ୍ଡେ ମୁମ୍ବଇ ଏୟାର ପୋର୍ଟରେ କାମ କରନ୍ତି। ମୁମ୍ବଇ ଅନ୍ଧେରୀ ଇଷ୍ଟର ଆଜାଦ ନଗରରେ ରୁହନ୍ତି। ପ୍ରେମ ମୂର୍ତ୍ତିଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳ ସବୁଠାରୁ ଜନଗହଳି ପୂର୍ଣ୍ଣ ଅଞ୍ଚଳ। ଲୋକ ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ। ତେଣୁ ଏଠାରେ କରୋନା ସଂକ୍ରମଣର ଭୟ ଅଧିକ ରହିଛି।
ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ୨୧ ଦିନ ଆଜାଦ ନଗରରେ କୌଣସି ପ୍ରକାରେ କଟାଇ ଦେଲେ ପ୍ରେମ ମୂର୍ତ୍ତି।  କିନ୍ତୁ ଲକ୍‌ଡାଉନ୍‌ ଅବଧି ବଢିଗଲା ପରେ ଆଉ ରହିବା ସମ୍ଭବ ନଥିଲା। ତେଣୁ କେମିତି ଘରକୁ ଆସିବେ ସେ ନେଇ ଉପାୟ ଚିନ୍ତା କଲେ।  ତାଙ୍କ ମୁଣ୍ଡକୁ ଏକ ଅଜବ ଉପାୟ ଢୁକିଲା। ସେ ଭାବିଲେ କେବଳ ପରିବା ବ୍ୟବସାୟୀଙ୍କ ପାଇଁ ଲକ୍‌ଡାଉନ୍‌ କୋହଳ।  ତେଣୁ ସେ ଭାବିଲେ ଶାଗ, ପରିବା କିମ୍ବା ସେମିତି କିଛି ଖାଦ୍ୟ ସାମଗ୍ରୀ ନେଇ ଯାଉଥିବା ଟ୍ରକରେ ଘରକୁ ଯିବେ। ତେଣୁ ସେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରେ ପହଞ୍ଚିଲେ।
ପ୍ରେମ ମୂର୍ତ୍ତିଙ୍କ କହିବା ଅନୁଯାୟୀ ସେ ପ୍ରଥମେ ବଜାରରୁ ୧୦ ହଜାର ଟଙ୍କାର ୧୩୦୦ କିଲୋ ତରବୁଜ କିଣିଲେ। ଏହାକୁ ଏକ ମିନିଟ୍ରକରେ ଲୋଡ କରି କିଛି ବାଟ ଆସିଲେ।  ତା’ ପରେ ୪୦ କିମି ବାଟ ପାଦରେ ଚାଲି ଚାଲି ପିପଲଗାଁରେ ପହଞ୍ଚିଲେ। ସେଠାରୁ ଏକ ପିଆଜ ବଜାରକୁ ଯାଇ ୨.୩୨ ଲକ୍ଷ ଟଙ୍କାରେ ୨୫,୫୨୦ କିଲୋ ପିଆଜ କିଣିଲେ।  ଭଲମାନର ବଛା ବଛା ପିଆଜ କିଣିଲେ।  ସେତିକି ନୁହେଁ, ୭୭, ୫୦୦ ଟଙ୍କା ଭଡାରେ ଏକ ଛୋଟ ଟ୍ରକରେ ଏହାକୁ ବୋଝେଇ କରି ଆଣିଲେ।

ସେ ଯେତେବେଳେେ ମୁମ୍ବଇରୁ ୟୁପିରେ ପହଞ୍ଚିଲେ, ସେହି ଟ୍ରକ ନେଇ ସିଧା ତାଙ୍କ ଗାଁରେ ପହଞ୍ଚିଲେ।  ଗାଁ ନିକଟ ଏକ ବଜାରରେ ଫଳ ଓ ପିଆଜ ବିକିବାକୁ ଚାହିଁଲେ। ହେଲେ ଲୋକେ ତାଙ୍କୁ ସେତିକି ଟଙ୍କା ଦେବାକୁ ଚାହିଁଲେ ନାହିଁ।  କାରଣ ଲକ୍‌ଡାଉନ୍‌ ଯୋଗୁ ଏଠାରେ ପିଆଜ ଦର ଏତେ ଶସ୍ତା ଯେ ସେ ସେ ଯଦି ତାଙ୍କ ପିଆଜ ସେତିକି ଟଙ୍କାରେ ବିକନ୍ତି ତେବେ କ୍ଷତିରେ ପଡ଼ିବେ।  ତେଣୁ ସେ ପିଆଜକୁ ନେଇ ନିଜ ଘରେ ରଖିଛନ୍ତି।  ତେବେ ତାଙ୍କର ବିଶ୍ୱାସ, ଲକ୍‌ଡାଉନ୍‌ ଅବଧି ସରିଲେ ସେ ଏହି ପିଆଜକୁ ବିକିଲେ ତାଙ୍କ ଖର୍ଚ୍ଚ ପାଇଯିବେ।  ତେବେ ସେ ମୁମ୍ବାଇରୁ ଆସିଥିବାରୁ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ଏବଂ ପୋଲିସ ତାଙ୍କର ମେଡିକାଲ ଚେକ ଅପ କରାଇ ଏବେ କ୍ୱାରେଣ୍ଟାଇନ୍‌ରେ ରଖିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like