କରୋନାକୁ ଡରି ଛେଳି ପିନ୍ଧିଲେ ମାସ୍କ

ହାଇଦ୍ରାବାଦ: ଆମେରିକାରେ ଗତ କିଛି ଦିନ ପୂର୍ବେ ‘ଜୁ’ରେ ଥିବା ଏକ ବାଘ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହି ଘଟଣା ପରେ ଲୋକମାନେ ପଶୁମାନଙ୍କର ଯନ୍ତ୍ରଣାଦାୟକ ଚିତ୍ର ସୋଶାଲ ମିଡିଆରେ ସେୟାର କରିବା ସହ କହିଥିଲେ- ‘ଆମେ ତ କିଛି ଦିନ ହେବ ଲକ୍‌ଡାଉନ୍‌ରେ ରହିଛୁ, କିନ୍ତୁ ଜଙ୍ଗଲୀ ପଶୁମାନେ ଚିଡିଆଖାନାରେ କେବେଠାରୁ ଲକ୍‌ଡାଉନ୍‌ ହୋଇ ରହିଛନ୍ତି ?’

ଏହି ଘଟଣାକୁ ନେଇ ଏକ ମଜାଦାର ଖବର ଆସିଛି ଆନ୍ଧ୍ର ପ୍ରଦେଶରୁ। କାଲୁର ମଣ୍ଡଳ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଛେଳିଙ୍କୁ କରୋନା ଭାଇରସରୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧାଇଛନ୍ତି। ତାଙ୍କ ନାଁ ହେଉଛି ଭେଙ୍କେଟେଶ୍ୱର ରାଓ। ସେ ୨୦ଟି ଛେଳି ରଖିଛନ୍ତି। ସମସ୍ତ ଛେଳି ଏବେ ମାସ୍କ ପିନ୍ଧି ବୁଲୁଥିବା ଦେଖିବାକୁ ମିଳୁଛି।

ଭେଙ୍କେଟେଶ୍ୱର ଜଣେ ଅଭାବୀ ମଣିଷ। ତାଙ୍କର ପୁରା ପରିବାର ଏହି ଛେଳି ଉପରେ ନିର୍ଭରଶୀଳ। ଆମେରିକାରେ ବାଘକୁ କରୋନା ହେଇଥିବା ଖବର ଶୁଣି, ନିଜେ ଛେଳିମାନଙ୍କ ପାଇଁ ମାସ୍କ ତିଆରି କରିଥିଲେ। ତାଙ୍କର ନିଜର ଜମି ନାହିଁ। ସେଥିପାଇଁ ସେ ଛେଳିକୁ ଚରେଇବା ପାଇଁ ବହାରକୁ ନେଇଯାନ୍ତି। .

ଏଠି କହି ରଖିବୁ, ଚୀନର ଉହାନ ସହରରେ ଯେତେବେଳେ କରୋନା ଭାଇରସ ବ୍ୟାପିବାରେ ଲାଗିଥିଲା, ସେତେବେଳେ ସେଠିକାର ବାସିନ୍ଦା ନିଜର ଗୃହପାଳିତ ପଶୁମାନଙ୍କୁ ମାସ୍କ ପିନ୍ଧାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

You might also like