ଏଟିଏମରୁ ଟଙ୍କା ଉଠାଇବାକୁ ଆସି ସାନିଟାଇଜର ବୋତଲ ନେଇଗଲେ, ଭିଡ଼ିଓ ଭାଇରାଲ

ସାରା ଦେଶରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପରେ ମଧ୍ୟ ସଂକ୍ରମଣରେ ବ୍ରେକ ଲାଗିପାରୁନି। ସବୁବେଳେ ମାସ୍କ ଓ ସାନିଟାଇଜ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଟିଏମରୁ ଟଙ୍କା ଉଠାଇବାକୁ ଆସି ଜଣେ ବ୍ୟକ୍ତି ଏଟିଏମ ମେସିନ ପାଖରେ ରଖାଯାଇଥିବା ସାନିଟାଇଜର ବୋତଲକୁ ନେଇ ଯାଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି। ଆଇପିଏସ ଅଫିସର ଦୀପାଂଶୁ କବ୍ରା ଏହି ଭିଡିଓ ଶେଆର କରିଛନ୍ତି।

୩୩ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି, ବ୍ୟକ୍ତି ଜଣକ ଏଟିଏମରୁ ଟଙ୍କା ଉଠାଇବା ପରେ ଏଟିଏମ ମେସିନରୁ କାର୍ଡ ବାହାର କରିଥିଲେ ଏହାପରେ ତାଙ୍କ ନଜରରେ ଏଟିଏମ ମେସିନ ପାଖରେ ରଖାଯାଇଥିବା ସାନିଟାଇଜର ବୋତଲ ଉପରେ ପଡ଼ିଥିଲା ସାଙ୍ଗେସାଙ୍ଗେ ସେ ସାନିଟାଇଜର ବୋତଲ ଉଠାଇ ଥିଲେ ଓ ଏହାକୁ ସେ ବ୍ୟାଗରେ ଭର୍ତ୍ତି କରି କାନ୍ଧରେ ବ୍ୟାଗ ପକାଇ ପଳାଇ ଥିଲେ ଏସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି

ଭିଡିଓ ଭାଇରାଲ ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବା ଲାଗି ଅନେକ କହିଛନ୍ତି

You might also like