ଜିତିଲେ ୧୬୫ କୋଟି, ହେଲେ ମନେ ପଡ଼ିଗଲା ବନ୍ଧୁଙ୍କୁ ଦେଇଥିବା କଥା….

ଅପୂର୍ବ ବନ୍ଧୁତ୍ୱ । କେଉଁ ପିଲାବେଳେ ପରସ୍ପରକୁ କଥା ଦେଇଥିଲେ ଆଉ ବାର୍ଦ୍ଧକ୍ୟରେ ସେହି କଥା ରଖିଛନ୍ତି। ପ୍ରମାଣିତ  କରି ଦେଇଛନ୍ତି ପ୍ରତିଶ୍ରୁତି କେମିତି ପାଳନ କରାଯାଏ । ଆଉ ଏକଥା ମଧ୍ୟ କହି ଯାଇଛନ୍ତି ସବୁ ମୂଲ୍ୟବାନ ସମ୍ପତ୍ତିଠାରୁ ବନ୍ଧୁତ୍ୱର ମୂଲ୍ୟ କେତେ ଅଧିକ !  ଲଟେରୀରେ ପାଇଥିବା ୧୬୫ କୋଟି ଟଙ୍କାରୁ ସାଙ୍ଗକୁ ଅଧା ଦେଇ ବନ୍ଧୁତ୍ୱର ଅପୂର୍ବ ନିଦର୍ଶନ ଦେଖାଇଛନ୍ତି ଟମ୍‌ କୁକ୍‌।

ଏଠି ଆମେ କହିବାକୁ ଯାଉଛୁ ଦୁଇ ସାଙ୍ଗ ଟମ୍‌ କୁକ୍‌ ଏବଂ ଜୋସେଫ ଫେନୀଙ୍କ କଥା। ଉଭୟ ଆମେରିକାସ୍ଥିତ Wisconsinର ବାସିନ୍ଦା।  ୧୯୯୨ ମସିହାରେ ପରସ୍ପରକୁ ହ୍ୟାଣ୍ଡସେକ କରି କଥା ଦେଇଥିଲେ , ଯିଏ  ଲଟେରୀ ଜିତିବ, ଅନ୍ୟକୁ ଅଧା ଦେବ। ଇତି ମଧ୍ୟରେ ବିତିଗଲାଣି ଦୀର୍ଘ ୨୮ ବର୍ଷ। ଦୁଇ ସାଙ୍ଗ ଏବେ ବାର୍ଦ୍ଧକ୍ୟରେ ଉପନୀତ। ହୁଏତ ଲଟେରୀ ଜିତିବା ଆଶା ଉଭୟ ଛାଡି ଦେଇଥିଲେ।

ହଠାତ୍‌ ଗତମାସରେ କୁକ୍‌ଙ୍କ ପାଖକୁ ଖବର ଆସିଲା ସେ ଏକ ଲଟେରୀ ଜିତିଛନ୍ତି। ପୁରସ୍କାର ସ୍ୱରୂପ ତାଙ୍କ ମିଳିବ ୨୨ ମିଲିୟନ ଡଲାର ଯାହାର ମୂଲ୍ୟ ଭାରତୀୟ ଟଙ୍କାରେ ୧୬୫ କୋଟି। ଟଙ୍କା ପାଇବା ପରେ କୁକ୍‌ ତୁରନ୍ତ ସାଙ୍ଗ  ଫେନିଙ୍କୁ ଫୋନ କରିଥିଲେ ଏବଂ ତାଙ୍କୁ ୮୦ କୋଟି ଟଙ୍କା ଦେବା ପାଇଁ କହିଥିଲେ।

ଫେନି ତ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ।  ପ୍ରଥମେ ତ ସେ ଭାବିଥିଲେ କୁକ୍‌ ଥଟ୍ଟା କରୁଛନ୍ତି। ହେଲେ କୁକ୍‌ କହିଥିଲେ-‘ବନ୍ଧୁ, କଥା ଦେଇଥିଲି, କଥା ରଖୁଛି।‘ କୁକ୍‌ଙ୍କ ଏହି କଥାରେ ଭାବପ୍ରବଣ ହୋଇ ପଡ଼ିଥିଲେ ଫେନି।

ଫେନି‌ ପୂର୍ବରୁ ଅବସର ନେଇ ସାରିଥିବାବେଳେ କୁକ୍‌ ଗତମାସରେ ଅବସର ନେଇଛନ୍ତି। ଏହି ଟଙ୍କା ପାଇବା ପରେ କୁକ୍‌ କହିଛନ୍ତି, ‘ଆମେ ଅବସର ନେଇ ସାରିଛେ। ପରସ୍ପର ସହ ସମୟ କଟାଇବାର ଏହା ପ୍ରକୃଷ୍ଟ ସମୟ। ଏବେ ଆମେ ନିଜ ପରିବାରକୁ ଯଥେଷ୍ଟ ସମୟ ଦେବା ଏବଂ ଏକାଠି ଭ୍ରମଣ କରିବା।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like