ଗଛ ବି ଆମକୁ ଶିକ୍ଷା ଦିଏ, ଦେଖନ୍ତୁ ଏହି ଭିଡ଼ିଓ…
ନୂଆଦିଲ୍ଲୀ: ଦୈନଦିନ ଜୀବନରେ ଆମେ ମାନେ ସମସ୍ତେ ଅନେକଙ୍କଠାରୁ କିଛି ନା କିଛି ଶିଖିଥାଆନ୍ତି। ଆଉ ବର୍ତ୍ତମାନ ସମୟରେ ବୃକ୍ଷ ହିଁ ଜୀବନ। କାରଣ ବଂଚିବାକୁ ହେଲେ ଗଛ ବଂଚିବା ନିହାତି ଦରକାର। ଆପଣ ଏଠାରେ ନିଶ୍ଚୟ କହିବେ ଏହି କଥା କିଏ ଜାଣିନାହିଁ ଯେ, ଆପଣ ଏ କଥା କହୁଛନ୍ତି। ଆଜ୍ଞା, ସମସ୍ତେ ଜାଣିଛନ୍ତି ଯେ, ଗଛ ବଂଚିଲେ ଆମେ ମାନେ ସମସ୍ତେ ବଂଚିବା କିନ୍ତୁ ଉଦ୍ଭିଦକୁ ନେଇ ବର୍ତ୍ତମାନ ସମୟରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ନେଇ ଚାଲିଛି ଜୋରସୋର ଚର୍ଚ୍ଚା।
ଆମେ ସମସ୍ତେ ଜାଣନ୍ତି, ଉଦ୍ଭିଦଗୁଡିକ ଆମକୁ ଗୁରୁତ୍ୱପୂର୍ଣ୍ଣ ଜୀବନ-ଶିକ୍ଷା ଶିଖାନ୍ତି ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ଏହା ଲକ୍ଷ୍ୟ କରିବାରେ ବିଫଳ ହୋଇଛନ୍ତି,ତେବେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଗାର୍ଡେନ୍ ମାର୍କସ୍ ଭିଡ଼ିଓଟିକୁ ଦେଖିଲେ ଆପଣ ଅତି ସହଜରେ ଅନେକ କଥା ବୁଝିପାରିବେ ବୋଲି ଆମର ବିଶ୍ୱାସ। ଇନଷ୍ଟାଗ୍ରାମରେ ମାର୍କସ୍ ବ୍ରିଜ୍ ୱାଟର୍ ନିକଟରେ ଏକ ସର୍ଟ କ୍ଲିପ୍ ସେୟାର କରିଛନ୍ତି, ଆଉ ଏହି ଭିଡ଼ିଓରେ ଉଦ୍ଭିଦମାନେ କେମିତି ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ତାହା ଅତି ସ୍ପଷ୍ଟ ଭାବରେ ବୁଝାପଡୁଛି। ତାଙ୍କର ଏହି ଭିଡ଼ିଓଟିକୁ ସେ ସେୟାର କରିବା ପରେ ଅନେକ ଲୋକ ତାକୁ ଦେଖିଲେ। କେବଳ ଦେଖିଥିଲେ ତାହା ନୁହେଁ ବରଂ ସେୟାର ମଧ୍ୟ କରିଥିଲେ। ସେୟାର ହେବା ପରେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏହି ଭିଡ଼ିଓଟି ଏବେ ଜୋରଦାରରେ ଭାଇରାଲ ହେଉଛି।
ମାର୍କସ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡ଼ିଓ ଅପଲୋଡ କରିଥିଲେ। ସେଠାରେ ସେ ଏକ ଉଦ୍ଭିଦକୁ ସେ ଅତି ନିକଟରୁ ଦେଖାଇଥିଲେ। ଯାହାକୁ ସେ କିଛି ମାସ ପୂର୍ବରୁ କିଣିଥିଲେ। ଆଉ ସେ କେତେ ମାତ୍ରାରେ ବଡ ହୋଇଛି ଓ କେମିତି ବଡ ହୋଇ ସେନେଇ କିଛି କହିଥିଲେ। ଭିଡ଼ିଓରେ ମାର୍କସ କହିଛନ୍ତି, “ଏହା ମୋତେ ଦୟାଳୁ ଏବଂ ଧୈର୍ଯ୍ୟବାନ ହେବାକୁ ଶିଖାଇଛି।
ତେବେ ଏଠାରେ ଆମେ କହିରଖୁଛି, ମାର୍କସ୍ ବ୍ରିଜ୍ ୱାଟର୍ ଇନଷ୍ଟାଗ୍ରାମରେ ଏକ ଲୋକପ୍ରିୟ ବ୍ୟକ୍ତିତ୍ୱ ଏବଂ ତାଙ୍କର ପାଖାପାଖି ଦୁଇ ଲକ୍ଷରୁ ଅଧିକ ଫୋଲୋର ମଧ୍ୟ ଅଛନ୍ତି। ତେବେ ମାର୍କସଙ୍କ ଏହି ଭିଡ଼ିଓକୁ ନେଇ ଏବେ ସାରା ଦେଶରେ ଜୋରସୋରରେ ଚାଲିଛି ଚର୍ଚ୍ଚା।
View this post on Instagram