ସାଙ୍ଗର ଜୀବନ ପାଇଁ ମୃତ୍ୟୁ ମୁହଁକୁ ଡେଇଁ ପଡ଼ିଲେ, ଆଉ ତା’ ପରେ…

ଭୋପାଲ: ଭଲ ସାଙ୍ଗଟିଏ ପ୍ରକୃତରେ ଭାଗ୍ୟରେ ଥିଲେ ମିଳିଥାଏ। ଏମିତି ଜଣେ ସାଙ୍ଗକୁ ସେ ହରାଇବାକୁ ଚାହୁଁ ନ ଥିଲେ। ଦେଖିଲେ, ଆଖି ଆଗରେ ମୃତ୍ୟୁ ଆଡକୁ ଟାଣି ହୋଇ ଯାଉଛି ସାଙ୍ଗ। ଏହା ଦେଖି ନିଜ ଜୀବନକୁ ବାଜି ଲଗାଇ ସାଙ୍ଗକୁ ଉଦ୍ଧାର କରି  ଅନାବିଳ ବନ୍ଧୁତ୍ୱର ପରିଚୟ ଦେଇଥିଲେ ଗଜେନ୍ଦ୍ର ।

ମଧ୍ୟପ୍ରଦେଶ ରାଜଧାନୀ ଭୋପାଲର କଲିୟାସୋତ ଅଞ୍ଚଳର ଗଜେନ୍ଦ୍ର ଏବଂ ଅମିତ ଜାଟବ ଦୁଇ ଘନିଷ୍ଠ ବନ୍ଧୁ। ଦୁଇ ସାଙ୍ଗ ଗାଧୋଇବାକୁ ନିକଟସ୍ଥ ନଦୀକୁ ଗଧୋଇବାକୁ ଯାଇଥିଲେ। ହଠାତ ଏକ କୁମ୍ଭୀର ଆସି ଅମିତଙ୍କ ଗୋଡକୁ ଧରିଥିଲା। ଅମିତଙ୍କ ଚିତ୍କାର ଶୁଣି ଗଜେନ୍ଦ୍ର ଭୟ ନ କରି ନିଜ ବନ୍ଧୁଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଆଉ ଶେଷରେ ଖସାଇ ଆଣିଥିଲେ।

ଅମିତ ଏବେ ଡାକ୍ତରଖାନା ରେ ଚିକିତ୍ସାଧିନ ଅଛନ୍ତି। ସେ ସମୟର ଅନୁଭୂତି ବର୍ଣ୍ଣନା କରି ଅମିତ କହନ୍ତି-‘ମୁଁ କେବେ ହେଲେ ଭାବି ନଥିଲି ଯେ  ମୁଁ କୁମ୍ଭୀର କବଳରୁ ବଞ୍ଚି ପାରିବି।  ମାତ୍ର ଗଜେନ୍ଦ୍ର ମୋତେ ଜୀବନଦାନ କରିଛନ୍ତି। ଗଜେନ୍ଦ୍ର ମୋ ପାଇଁ ଯାହା କରିଛନ୍ତି ତାକୁ ଶବ୍ଦରେ ବର୍ଣ୍ଣନା କରି ହେବ ନାହିଁ।

ଅନ୍ୟ ପକ୍ଷରେ ଗଜେନ୍ଦ୍ର କହନ୍ତି, ସେ ବନ୍ଧୁ ପାଇଁ ନିଜ ଜୀବନ ବଳି ଦେବା ଲାଗି ବି ସେ ପଛାଇବେ ନାହିଁ।

You might also like