ରିପୋର୍ଟର କହିଲେ, ମାସ୍କ କାହିଁ ? ଛେପ ପଡ଼ୁଛି; ଦେଖନ୍ତୁ ତା’ପରର ଦୃଶ୍ୟ…

ସାରା ବିଶ୍ୱରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାନିଟାଇଜେସନ୍‌ ଉପରେ ପ୍ରାଧାନ୍ୟ ଦିଆଯାଉଛି। ହେଳେ କିଛି ଲୋକ ଏହାକୁ ପାଳନ କରୁଥିବା ଥିବାବେଳେ ଆଉ କିଛି ଲୋକ କରୋନା କଟକଣାକୁ ଫୁ କରି ଖୁଲମ୍‌ଖୁଲା ଏହାକୁ ଉଲ୍ଲଂଘନ କରୁଥିବା ନଜର ଆସିଛି। ଏବେ ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ନିଜର ମାସ୍କକୁ ସାଙ୍ଗର ମୁହଁରେ ଲଗାଇ ଦେଉଛନ୍ତି। ବିହାର ନିର୍ବାଚନ ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଲୋକମାନେ ପ୍ରତିକ୍ରିୟା ରଖିଛନ୍ତି।

Lallantopର ଏକ ଭିଡିଓରେ ଦେଖିବାକୁ ମିଳିଛି, ନିର୍ବାଚନକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେବା ବେଳେ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ନଥିବା ନଜର ଆସିଥିଲା। ଛେପ ପଡ଼ୁଥିବାରୁ ରିପୋର୍ଟର ତାଙ୍କୁ ମାସ୍କ ପିନ୍ଧିବାକୁ କହିବା ପରେ ମଧ୍ୟ ସେ ଏହାକୁ ଅଣଦେଖା କରି କଥାବାର୍ତ୍ତା ଚାଲୁ ରଖିଥିଲେ। ଏହି ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କର ଜଣେ ସାଙ୍ଗ ତାଙ୍କ ମାସ୍କ ଆଣି ସମ୍ପୃକ୍ତ ବ୍ୟକ୍ତିଙ୍କ ମୁହଁରେ ଲଗାଇ ଦେଇଥିଲେ। ଏହାପରେ ଲୋକମାନେ ହୋହଲ୍ଲା କରିଥିଲେ। ଯେତେବେଳେ ରିପୋର୍ଟର ଜଣକ ପଚାରିଲେ କାହିଁକି ସେ ତାଙ୍କ ମାସ୍କକୁ ତାଙ୍କ ସାଙ୍ଗଙ୍କୁ ଦେଲେ, ଏହି ସମୟରେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ, କିଛି କଥା ନାହିଁ, ଚଳିବ। ସେ ମୋର ସାଙ୍ଗ। ଏଭଳି ହାସ୍ୟାସ୍ପଦ ଉତ୍ତର ଶୁଣି ସାମ୍ବାଦିକ ଓ ସେଠାରେ ଉପସ୍ଥିତ ଲୋକଙ୍କୁ ଏହା ଚକିତ କରି ଦେଇଥିଲା।

ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାପରେ ଲୋକମାନେ ଅନେକ ମଜାଳିଆ କମେଣ୍ଟସ୍‌ ଦେଇଛନ୍ତି।

 

 

You might also like