ପତ୍ନୀ, ଶାଶୂଙ୍କୁ ହତ୍ୟା କରିବା ପରେ ଗୁଳି କରି ଆତ୍ମହତ୍ୟା କଲେ ଯୁବକ

କୋଲକାତା: ପାରିବାରିକ ଅଶାନ୍ତିର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ଏକ ନଗ୍ନରୂପ ଦେଖିବାକୁ ମିଳିଛି ବାଙ୍ଗାଲୁରରେ। ଚାପଗ୍ରସସ୍ତ ଜଣେ ବ୍ୟକ୍ତି ବେଙ୍ଗଲୁରରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ କୋଲକାତା ଯାଇଥିଲେ। ତଥାପି ତାଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା। ସେଠାରେ ତାଙ୍କ ଶାଶୁଙ୍କୁ ଗୁଳି କରି ହତ୍ୟା କରିଥିଲେ। ଶେଷରେ ଆତ୍ମଗ୍ଳାନିରେ ନିଜକୁ ଗୁଳିକରି ଦେଇ ଥିଲେ । ବ୍ୟକ୍ତି ଜଣକ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ପୋଲିସ ଘଟଣାର ଯାଞ୍ଚ କରୁଛି।

ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ,  ଅମିତ ଅଗ୍ରୱାଲ ନାମକ ଏହି ଯୁବକ ଜଣକ ବେଙ୍ଗାଲୁରର ମହାଦେବପୁରାରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ। ପରେ କୋଲକାତା ଯାଇଥିଲେ। l ସେଠାରେ ଶାଶୁ ଶ୍ୱଶୁରଙ୍କ ସହ ପାଟିତୁଣ୍ଡ ହେବା ପରେ ଶାଶୁଙ୍କୁ ଗୁଳି ହତ୍ୟା କରିବା ପରେ ଶ୍ୱଶୁରଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ।

ଶ୍ୱଶୁର ତୁରନ୍ତ ଘରୁ ବାହାରି ଆସିଥିଲେ ଏବଂ ଘରର ଦରଜା ବାହାର ପଟୁ ବନ୍ଦ କରି ଦେଇଥିଲେ। ଖବର ପାଇ କୋଲକତା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ହତ୍ୟାକାରୀ ଅମିତ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲା।

କୋଲକାତା ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ପାଖରୁ ଏକ ଲେଖା ଜବତ ହୋଇଥିଲା। ଏଥିରେ ସେ ବାଙ୍ଗାଲୁରରେ ଥିବା ପତ୍ନୀ ଶିଳ୍ପୀ ଅଗ୍ରୱାଲଙ୍କୁ ହତ୍ୟା କରିଥିବା ଉଲ୍ଲେଖ କରିଥିଲେ। କୋଲକାତା ପୋଲିସ ତୁରନ୍ତ ବେଙ୍ଗାଲୁର ପୋଲିସକୁ ସୂଚନା ଦେଇଥିଲା। ବେଙ୍ଗାଲୁର  ପୋଲିସ ଘଟଣାସ୍ଥଳକୁ ଯାଇ ପତ୍ନୀ ଶିଳ୍ପୀଙ୍କ ଶବକୁ ଜବତ କରିଥିଲା। ଶିଳ୍ପୀଙ୍କ ଶବ ଗାଧୁଆଘରେ ପଡ଼ିଥିଲା।

ପୋଲିସର କହିବା ଅନୁଯାୟୀ, ପତି-ପତ୍ନୀ ଦୁଇ ବର୍ଷ ହେଲେ ପରିସ୍ପରଠାରୁ ଅଲଗା ରହୁଥିଲେ। ତାଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ଅଛନ୍ତି। ପତ୍ନୀଙ୍କୁ ହତ୍ୟା କରିବା ପରେ ପୁଅକୁ ଧରି କୋଲକାତା ଯାଇଥିଲେ। ସେଠାରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ପୁଅକୁ ଛାଡ଼ି ଶ୍ୱଶୁର ଘରକୁ ଆସି ଶାଶୂଙ୍କୁ ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

ଚାଇନାକୁ ଦୃଢ଼ ଯବାବ ଦେଇଛି ଭାରତ

କେମିତି ବିକାଶକୁ ଗରିଫ କଲା ପୋଲିସ ? ପୁରା ଘଟଣା ଥିଲା ଏମିତି

୨୭୮ ପୋଲିସ କର୍ମଚାରୀ କରୋନା ପଜିଟିଭ

ଦେଶରେ କରୋନା ରେକର୍ଡ; ୨୪ ଘଣ୍ଟାରେ ୨୫ ହଜାର ଆକ୍ରାନ୍ତ ଚିହ୍ନଟ

ଫେସବୁକ୍,‌ ଟିକ୍‌‌ଟକ୍‌ ପରି ଆପ୍‌ ବ୍ୟବହାର ନ କରିବାକୁ ସେନାକୁ ନିର୍ଦ୍ଦେଶ

ସାମୟିକ ଋଣ ଉପରେ ସୁଧ ହାର ହ୍ରାସ କଲା ଏସ୍‌ବିଆଇ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ

ମୃତ୍ୟୁ ଭୟରେ ନ୍ୟୁଜ ଚାନେଲ୍‌ରେ ଆତ୍ମସର୍ମପଣ କରିବାକୁ ଚାହୁଁଛି ବିକାଶ ଦୁବେ

ଏନ୍‌କାଉଣ୍ଟରରେ ଅପରାଧୀ ବିକାଶ ଦୁବେର ୨ ସହଯୋଗୀ ନିହତ

ଚେତାବନୀ ଦେଲେ ଟ୍ରମ୍ପ- ’ସ୍କୁଲ ଖୋଲ, ନ ହେଲେ ଫଣ୍ଡ ମିଳିବନି’

You might also like