• translate
Prangyan Parimita

ଲୁଧିଆନା : ଏକତରଫା ପ୍ରେମ ପାଇଁ ଜୀବନ ନେଲା ପାଗଳ ପ୍ରେମିକ। ପ୍ରେମରେ ଅସଫଳ ହେବାରୁ ମହିଳାଙ୍କ ଦୁଇ କୁନି ପୁଅକୁ ଗଳା କାଟି ହତ୍ୟା କଲା । ଇଏ କେଉଁ ପ୍ରକାର ପ୍ରେମ, ଯେଉଁଠି ଜଣେ ମଣିଷ ହତ୍ୟା କରିବାକୁ ବି ପଛାଏନି। ପ୍ରେମରେ ଦେବା ଥାଏ, ନଥାଏ ନେବା । ପ୍ରକୃତ ପ୍ରମର ପରିଭାଷା ବୁଝିଥିବା ମଣିଷ ଅନ୍ୟର କ୍ଷତି ପହଞ୍ଚାଇ ପାରେନା। ହେଲେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଶନିବାର ଦିନ ଏପରି ଏକ ହୃଦୟବିଦାରକ ଘଟଣା ଘଟିଛିଛି । ଜମାଲପୁର ଅଞ୍ଚଳରେ ଜଣେ ପାଗଳ ପ୍ରେମିକ, ଏକତରଫା ପ୍ରେମ କରୁଥିବା ମହିଳାଙ୍କ ଦୁଇ ପୁଅକୁ ଗଳା କାଟି ହତ୍ୟା କରିଛି, ଆଉ ତା’ପରେ ନିଜେ ରଶି ଲଗାଇ ଝୁଲି ପଡ଼ିଛି।

ପ୍ରାୟ ଏକ ବର୍ଷ ହେବ ଶୈଳେନ୍ଦ୍ର, ଦୁଇ ପୁଅର ମା’ ମିନୁ ପଛରେ ପଡ଼ିଥିଲା। ଅଭିଯୁକ୍ତ ସବୁବେଳେ ତାଙ୍କର ପିଛା କରୁଥିଲା । କଥା ହେବାକୁ ଚେଷ୍ଟା କରୁଥିଲା। ପଡ଼ୋଶୀ ହୋଇଥିବାରୁ କିଛି କହିପାରୁନଥିଲେ ମଧ୍ୟ ମିନୁ ଶୈଳେନ୍ଦ୍ରର ଏପରି ବ୍ୟବହାରରେ ବିରକ୍ତ ହେଉଥିଲେ। ଏନେଇ ସ୍ୱାମୀ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ମିନୁଙ୍କ ସ୍ୱାମୀ ଶଙ୍କର ତିୱାରୀ ମଧ୍ୟ ଶୈଳେନ୍ଦ୍ରଙ୍କ ବିରୋଧରେ ଘର ମାଲିକ ନିକଟରେ ଅଭିଯୋଗ କରିଥିଲେ। ତଥାପି ନିଜ ଭୁଲ ବୁଝି ପାରୁନଥିଲା ଅଭିଯୁକ୍ତ। ଏହି କାରଣରୁ ଘର ମାଲିକ ତାକୁ ଘର ଖାଲି କରିବାକୁ ଧମକ ଦେଇଥିଲେ। ମିନୁ, ଶୈଳେନ୍ଦ୍ରକୁ ବାରମ୍ବାର ଅଣଦେଖା କରିବାରୁ ସେ ପାଗଳପ୍ରାୟ ହୋଇଗଲା। ଶେଷରେ  ପ୍ରତିଶୋଧ ପରାୟଣ ହୋଇ ରଚିଥିଲା ଖୁନୀ ଷଡ଼ଯନ୍ତ୍ର। ମିନୁର ଦୁଇ ପୁଅକୁ ହତ୍ୟା କରି ମିନୁକୁ ଶିକ୍ଷା ଦେବାକୁ ଚିନ୍ତା କରିଥିଲା।

ଘଟଣା ଦିନ ମିନୁର ଦୁଇ ପୁଅକୁ ଏକୁଟିଆ ପାଇଁ ମାରିବା ପାଇଁ ଉଦ୍ୟମ କରିଥିଲା ଶୈଳେନ୍ଦ୍ର । ଧାରୁଆ ଅସ୍ତ୍ରରେ ଆକ୍ରମଣକରିବାକୁ ଅସହ୍ୟ ଯନ୍ତ୍ରଣାରଆ କୁନି ପୁଅଟି ପାଟି କରିଥିଲା। ପୁଅର ପାଟି ଶୁଣି ମା’ ଘରୁ ଦୌଡ଼ି ଆସିଥିଲେ, ହେଲ ଦୁଇ ପୁଅକୁ ଅଭିଯୁକ୍ତ ମାଡ଼ିବସି ଜୋରଜବରଦସ୍ତ ବେକ କାଟୁଥିବା ଦୃଶ୍ୟ ଦେଖି ବେହୋସ ହୋଇଯାଇଥିଲେ। ଆଉ ଏହାର ସୁଯୋଗ ନେଇ ଦୁଇ କୁନି ନିଷ୍ପାପ ଶିଶୁକୁ ମାରିଦେଲା, ଆଉ ନିଜେ ରଶି ଲଗାଇ ଆତ୍ମହତ୍ୟା କଲା । ତେବେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ପଡୋଶୀ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହମାମଲାର ଛାନଭିନ୍ କରୁଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ମୃତକଙ୍କ ପିତା ଶଙ୍କର ତିୱାରୀଙ୍କ ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି।

Other Stories